Below header

ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ , ପାସ୍‌ କରିଛନ୍ତି ୯୯.୩୭% ଛାତ୍ରଛାତ୍ରୀ

କେନ୍ଯୁଜ୍: ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ । CBSE ଦ୍ୱାଦଶରେ ୯୯.୩୭% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୯୯.୬୭ ପ୍ରତିଶତ ଛାତ୍ରୀ ଓ ୯୯.୧୩ ପ୍ରତିଶତ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି । ୭୦ ହଜାର ପରୀକ୍ଷାର୍ଥୀ ୯୫ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ସେହିପରି ଏକ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ସ୍କୋର କରିଛନ୍ତ ।

ଏପଟେ ୬୫ ହଜାର ଛାତ୍ର ଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇ ନାହିଁ । ଆସନ୍ତା ୫ ତାରିଖ ସୁଦ୍ଧା ସେମାନଙ୍କ ରେଜଲ୍ଟ ବାହାରିବ । ତଥ୍ୟ ମିଳିନଥିବାରୁ କିଛି ଛାତ୍ରଛାତ୍ରୀଙ୍କ ରେଜଲ୍ଟ WITHHELD ରହିଛି । cbseresults.nic.in ଓ cbse.gov.inରେ ରେଜଲ୍ଟ ଉପଲବ୍ଧ । କରୋନା ମହାମାରୀ ପାଇଁ ଚଳିତ ବର୍ଷ ଦ୍ୱାଦଶ ପରୀକ୍ଷା ହୋଇନଥିଲା । ବିକଳ୍ପ ମୂଲ୍ୟାୟନରେ ଫଳାଫଳ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.