ନବଜ୍ୟୋତ୍ ସିଂହ ସିଧୁଙ୍କ ନାଁରେ ଅଡିଓ କ୍ଲିପ ଜାରି କରି ଆତ୍ମହତ୍ୟା କଲେ ଦଳୀୟ କର୍ମୀ

ପଞ୍ଜାବ କଂଗ୍ରେସ ଦଳର ଜଣେ ପୁରୁଣା କାର୍ଯ୍ୟକର୍ତ୍ତା ଆତ୍ମହତ୍ୟା କରିଥିବା ନେଇ ଖବର ଆସିଛି  । ଖାସ କଥା ହେଉଛି ଆତ୍ମହତ୍ୟା କରିବା ପୂର୍ବରୁ ବ୍ୟକ୍ତି ଜଣଙ୍କ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ୍ ସିଂହ ସିଧୁଙ୍କ ନାଁରେ ଏକ ଅଡିଓ ଟେପ ଜାରି କରି ସେଥିରେ ନିଜ ମୃତ୍ୟୁ ପାଇଁ ସିଧାସଳଖ ଭାବେ ତିନି ଜଣଙ୍କୁ ଆରୋପି ଭାବେ ଦର୍ଶାଇଛନ୍ତି  । ଅଡିଓଟିକୁ ଶୁଣିଲେ ଜାଣିହେବ ବ୍ୟକ୍ତି ଜଣଙ୍କ ଦଳ ଉପରେ ଦୋଷାରୋପ କରିଛନ୍ତି  । ଆଉ କହିଛନ୍ତିକି ପାର୍ଟିରେ କର୍ମୀଙ୍କ ସୁବିଧା ଅସୁବିଧା କିଛି ବି ଶୁଣାଯାଉ ନାହିଁ | ଏହି ଖବର ସାମ୍ନାକୁ ଆସିବା ପରେ ପଞ୍ଜାବ କଂଗ୍ରେସରେ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଛି  । ଘଟଣା ପରେ ବିଳମ୍ବିତ ରାତିରେ ନବଜ୍ୟୋତ୍ ସିଂହ ପାର୍ଟି କର୍ମକର୍ତ୍ତାଙ୍କ ଘରେ ପହଂଚି ଆଲୋଚନା କରିଥିବା ଜଣାଯାଇଛି  । ଯେବେକି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଟ୍ୱିଟ କରି ଏହି ମାମଲାରେ ଦୁଃଖବ୍ୟକ୍ତ କରିଛନ୍ତି  ।

ପ୍ରକୃତରେ ଘଟଣାଟି ଘଟିଛି ଏହିପରି  । ପଞ୍ଜାବ ଲୁଧିଆନା ଜିଲ୍ଲାର ଦାଖା ବିଧାନସଭା ଅଧିନସ୍ଥ ଜଙ୍ଗପୁରର ୪୯ ବର୍ଷୀୟ କର୍ମକର୍ତା ଦଲଜିତ ସିଂହ ହ୍ୟାପି ବାଜାବା ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ୍ ସିଂହଙ୍କ ନାଁରେ ଏକ ଅଡିଓ ରେକର୍ଡ କରି ବିଷ ଖାଇ ଆତ୍ମହତ୍ୟା କରିଛନ୍ତି  । ଆଉ ଏହି ଅଡିଓ ଟେପ ଟିରେ ନିଜ ମୃତ୍ୟୁ ପାଇଁ ତିନି ଜଣଙ୍କୁ ଦାୟୀ କରିଛନ୍ତି ହ୍ୟାପି  । କର୍ମୀ ଜଣଙ୍କ ଆହୁରି ମଧ୍ୟ କହିଛନ୍ତିକି, ” ମୁଁ ୩୦ ବର୍ଷ ଧରି କଂଗ୍ରେସର ସେବା କରିଆସିଥିଲେ ସୁଦ୍ଧା ନିଜ ପରିବାର ପାଇଁ ଦିନକୁ ଦୁଇଓଳି ଖାଦ୍ୟ ଯୋଗାଡ କରିପାରିନାହିଁ  ।” ଆଉ ଏହି ମାମଲାରେ ଅଧରାତିରେ ପୋଲିସ ତିନି ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି  । ଗିରଫ ହୋଇଥିବା ଦୁଇ ଜଣ ହେଲେ ପ୍ରିତମ ସିଂହ ଓ ମହିନ୍ଦର ସିଂହ | ଯେବେକି ଅନ୍ୟଜଣେ ଅଭିଯୁକ୍ତ ବଲଜିନ୍ଦର ସିଂହ ଏଯାବତ ଫେରାର ଅଛନ୍ତି  ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.