ଆନ୍ଧ୍ରପ୍ରଦେଶ ଗୁଣ୍ଟୁରର ଏକ ଚିଙ୍ଗୁଡ଼ି ଫ୍ଯାକ୍ଟ୍ରିରେ ଅଘଟଣ: କାମ କରୁଥିବା ଗୁଣପୁରର ୬ଦାଦନ ଶ୍ରମିକ ବିଦ୍ୟୁତ୍ ଆଘାତରେ ମୃତ

ଗୁଣପୁର(କେନ୍ଯୁଜ୍): ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଚିଙ୍ଗୁଡ଼ି ଫ୍ଯାକ୍ଟ୍ରିରେ କାମ କରିବାକୁ ଯାଇ ଗୁଣପୁରର ୬ଜଣ ଦାଦନ ଶ୍ରମିକ ମୃତ। ସମସ୍ତ ଦାଦନ ଶ୍ରମିକ ବିଦ୍ୟୁତ୍ ଆଘାତରେ ମୃତ୍ଯୁବରଣ କରିଥିବା ସୂଚନା ମିଳିଛି। ଗୁଣପୁର ମୋତିଲାଲ ନଗରର ଜଣେ ଓ ଭୀମପୁର ପଞ୍ଚାୟତର ୫ ଜଣ ବୋଲି ଜଣାପଡିଛି ।
ଦୁଇ ମାସ ତଳେ ଗୁଣୁପୁର ଅଞ୍ଚଳରୁ ୧୦ ଶ୍ରମିକ ଦାଦନ ଖଟିବାକୁ ଯାଇଥିବାନେଇ ମୃତକଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ଗୁଣପୁର ମୋତିଲାଲ ନଗରର ନବିନ ଶବର ଦାଦନ ଖଟିବାକୁ ଯାଇ ମୃତ୍ୟୁ ଘଟିଥିବା ନେଇ ତାଙ୍କ ପରିବାର ପାଖକୁ ଫୋନ ଯୋଗେ ଚିଙ୍ଗୁଡ଼ି ଫ୍ଯାକ୍ଟ୍ରିର ମାଲିକ କହିଥିବା ମୃତକଙ୍କ ଭଉଣୀ କହିଛନ୍ତି।