Below header

ପାପା ମାମା ତୁମେ ବହୁତ ମନେ ପଡିବ… ଲୁହ ଛଳ ଛଳ ଆଖିରେ ଅସ୍ଥି ବିସର୍ଜନ କଲେ ବିପିନ ଓ ମଧୁଲିକା ରାଓ୍ୱତଙ୍କ ଝିଅ

କେନ୍ୟୁଜ୍(ବ୍ୟୁରୋ): ଗଙ୍ଗାରେ ଜେନେରାଲ ବିପିନ ରାଓ୍ଵତ ଓ ପତ୍ନୀ ମଧୁଲିକାଙ୍କ ଅସ୍ଥି ବିସର୍ଜନ । ଶେଷକୃତ୍ୟର ଦିନକ ପରେ ଅସ୍ଥି ବିସର୍ଜନ କଲେ ଦୁଇ ଝିଅ କୃତିକା ଓ ତାରିଣୀ । ହିନ୍ଦୁ ରୀତିନୀତି ଅନୁସାରେ ହରିଦ୍ୱାରରେ ଅସ୍ଥି ବିସର୍ଜନ କରିଛନ୍ତି ଦୁଇ ଭଉଣୀ । ଅସ୍ଥି ବିସର୍ଜନ ପାଇଁ ଯିବା ବେଳେ ସାଙ୍ଗରେ ଥିଲେ ସେନା ଅଧିକାରୀ । ଜେନେରାଲ ରାଓ୍ଵତଙ୍କ ଚିତାଭଷ୍ମକୁ ସାଲ୍ୟୁଟ୍‌ କରିଥିଲେ । ଗତକାଲି ଦିଲ୍ଲୀ ବ୍ରାର ସ୍କୋୟାର ଶ୍ମଶାନ ଘାଟରେ ଗୋଟିଏ ଚିତାରେ ଭାରତର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ୍‌ ରାଓ୍ଵତ ଓ ମଧୁଲିକାଙ୍କ ଶେଷକୃତ୍ୟ ହୋଇଥିଲା । ଦୁଇ ଭଉଣୀ କ୍ରିୟା କର୍ମ କରିଥିଲେ । ଆଜି ଅସ୍ଥି ବିସର୍ଜନ ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ କୃତିକା ଓ ତାରିଣୀ ।

ହେଲିକପ୍‌ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣଙ୍କ ଭିତରୁ ଆଉ ୬ ସେନା ଅଧିକାରୀଙ୍କ ମୃତଦେହ ଚିହ୍ନଟ ହୋଇଛି । ୬ ଜଣଙ୍କ ଭିତରେ ଅଛନ୍ତି ୪ ଜଣ ଏୟାରଫୋର୍ସ ଓ ୨ ଜଣ ଆର୍ମୀ ଅଧିକାରୀ । ଜୁନିଅର ଓ୍ଵାରାଣ୍ଟ ଅଫିସର ପ୍ରଦୀପ ଆରାକ୍କାଲ, ରାଣା ପ୍ରତାପ ଦାସ, ଓ୍ଵିଙ୍ଗ୍‌ କମାଣ୍ଡର ପୃଥ୍ଵୀ ସିଂ ଚୌହ୍ଵାନ, ସ୍କ୍ଵାଡ୍ରନ୍‌ ଲିଡର କୁଲଦୀପ ସିଂ, ଲାନ୍‌ସ ନାଏକ ବି.ସାଇ ତେଜା ଓ ଲାନ୍‌ସ ନାଏକ ବିବେକ କୁମାର । ସମସ୍ତଙ୍କ ମର ଶରୀର ତାଙ୍କ ଜନ୍ମ ମାଟିକୁ ପଠାଯାଇଛି। ସାମରିକ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର ହେବ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଯୋଦ୍ଧାଙ୍କ ପରିବାର ସହ ଦେଶ ଛିଡ଼ା ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଜେନେରାଲ ରାଓ୍ଵତଙ୍କୁ ମନେ ପକାଇଛନ୍ତି । ତାଙ୍କ ମୃତ୍ୟୁ ପ୍ରତି ଦେଶଭକ୍ତଙ୍କ ପାଇଁ ଅପୂରଣୀୟ କ୍ଷତି ବୋଲି ମୋଦି କହିଛନ୍ତି।

ଗତ ୮ ତାରିଖରେ ତାମିଲନାଡୁର ନୀଳଗିରି ପାର୍ବତ୍ୟାଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିଲା MI-17V-5 ହେଲିକପ୍ଟର । ଏଥିରେ ପ୍ରାଣ ହରାଇଥିଲେ ସିଡିଏସ୍‌ ଜେନେରାଲ ବିପିନ୍‌ ରାଓ୍ଵତ, ପତ୍ନୀ ମଧୁଲିକା ଓ ୧୧ ଜଣ ସେନା ଅଧିକାରୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.