ଏହି ପରିବା ଓ ମଞ୍ଜିରେ ରହିଛି ଅନେକ ଭିଟାମିନ୍ସ , ଖାଇଲେ ବଡ ବଡ ରୋଗରୁ ପାଇବେ ମୁକ୍ତି

ଯେଉଁମାନେ ଶାକାହାରୀ ସେମାନେ ପ୍ରାୟତ ସବୁଜ ପନିପରିବା ଖାଇବା ଆବଶ୍ୟକ । କାରଣ ସବୁଜ ପନିପରିବାରେ ଭରି ରହିଥାଏ ଅନେକ ପ୍ରକାର ଭିଟାମିନ୍ସ । ଖାଲି ଶାକାହାରୀ ନୁହେଁ ନନଭେଜ ଖାଉଥିବା ଲୋକ ମଧ୍ୟ ପନି ପରିବା ଖାଇବା ଦରକାର କାରଣ ବିଭିନ୍ନ ପ୍ରାକର ପନିପରିବାରେ ରହିଥାଏ ଭିନ୍ନ ଭିନ୍ନ ଭିଟାମିନ୍ସ । ଅନେକ ଲୋକ ଅଛନ୍ତି ସବୁ ପ୍ରକାର ଭେଜିଟେବୁଲ୍ସ ଖାଆନ୍ତି କିନ୍ତୁ କିଛି ଲୋକ ପନିପରିବା ବାଛିକି ଖାଇଥାଆନ୍ତି । ଯେମିତିକି ପ୍ରାୟ ଆଳୁ , ବିଲାତି , ବାଇଗଣ,ପୋଟଳ ଓ ଫୁଲକୋବି ଇତ୍ୟାଦି । ହେଲେ କଖାରୁ ଖାଇବାକୁ ଖୁବ କମ ଲୋକ ପସନ୍ଦ କରନ୍ତି । ଆପଣ ଜାଣିଥିବେ କିଛି ଫଳ ଓ ପନିପରିବା ର ମଞ୍ଜି ମଧ୍ୟ ଆମ ଶରୀର ପାଇଁ ଉପଯୋଗୀ ହୋଇଥାଏ । ତେଣୁ ଡାଏଟିସିଆନ ମଧ୍ୟ ସେହି ମଞ୍ଜି ବା ଡ୍ରାଏ ଫ୍ରୁଟ୍ସକୁ ନିଜ ଡାଏଟ ରେ ଆଡ କରିବାପାଇଁ କହିଥାଆନ୍ତି ।

ତେବେ ଆପଣ କଣ ଜାଣିଛନ୍ତି କିଛି ଲୋକ କଖାରୁ ଖାଇବାକୁ ପସନ୍ଦ କରୁନଥିବା ବେଳେ ଏହାର ମଧ୍ୟ ରହିଛି ଅନେକ ଉପକାରୀତା । ତେବେ ଆସନ୍ତୁ ଜାଣିବା କଖାରୁ ଓ ଏହାର ମଞ୍ଜିର ଉପକାରୀତା । କଖାରୁରେ ଭରି ରହିଛି ଏମିତି ଭିଟାମିନ୍ସ ଯାହାକି ମଣିଷ ଶରୀରକୁ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ଦେଇଥାଏ । ଏହା ଆପଣଙ୍କୁ ପତଳା କରିବାରେ ମଧ୍ୟ ସାହାଯ୍ୟ କରିବ ।

 pumpkin
Picture Credit – Pixabey

କାରଣ ଗୋଟେ ୨୪୫ ଗ୍ରାମ କଖାରୁରେ ରହିଛି ମାତ୍ର ୦.୨ ଗ୍ରାମ ର ଫ୍ୟାଟ, ପ୍ରୋଟିନ ୨ଗ୍ରାମ,କାର୍ବ୍ସ ୧୨ ଗ୍ରାମ,ଫାଇବର ୩ ଗ୍ରାମ,ଭିଟାମିନ – ଏ,ଭିଟାମିନ – ସି,କପର ୧୧ ପ୍ରତିଶତ, ପୋଟାସିୟମ ୧୬ ପ୍ରତିଶତ , ମାଙ୍ଗାନିଜ ୧୧ ପ୍ରତିଶତ , ଭିଟାମିନ ବି –ଟୁ ୧୧ ପ୍ରତିଶତ ,ଭିଟାମିନ ଇ ୧୦ ପ୍ରତିଶତ ଓ ଆଇରନ ୮ ପ୍ରତିଶତ ।
ଖାଲି ସେତିକି ନୁହେଁ ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଆପଣଙ୍କ କ୍ରୋନିକ ଡିଜିଜ ବା ରୋଗକୁ କମ କରିବାରେ ସହାୟତା କରିଥାଏ । ଏଥିରେ ଥିବା ଭିଟାମିନ୍ସ ଇମ୍ୟୁନିଟି ବୁଷ୍ଟ କରିଥାଏ ।
କଖାରୁରେ ଥିବା ଭିଟାମିନ ଏ ଓ ଲ୍ୟୁଟିନ ଆଖିର ଦୃଷ୍ଟି ଶକ୍ତି ବଢାଇଥାଏ ।

କଖାରୁ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଖାଲି ସେତିକି ନୁହେଁ କଖାରୁ ଖାଇବା ଦ୍ୱାରା କ୍ୟାନ୍ସର ଭଳି ମାରାତ୍ମକ ରୋଗ ର ସମ୍ଭାବନା କମ ଥାଏ । ହାର୍ଟ ଜନିତ କୌଣସି ରୋଗ କଖାରୁ ଖାଇବା ଦ୍ୱାରା ହୋଇ ନଥାଏ । ଏମିତିକି ଏହା ଖାଇବା ଦ୍ୱାରା ଚର୍ମ ମଧ୍ୟ ଭଲ ରହିଥାଏ । ଚେହେରାର ସୌନ୍ଦର୍ଯ୍ୟ ବଢିଥାଏ । ତେବେ ଖାଲି କଖାରୁ ନୁହେଁ କଖାରୁ ମଞ୍ଜିର ମଧ୍ୟ ରହିଛି ଅନେକ ଉପକାରୀତା ।

ଆପଣ ଚାହିଁଲେ ନିଜ ଡାଏଟ ରେ କଖାରୁ ମଞ୍ଜି ଆଡ କରି ପାରିବେ । କଖାରୁ ମଞ୍ଜିରେ ଭରପୁର ମ୍ୟାଗ୍ନେସିୟମ ରହିଥାଏ । ଯାହାକି ହାର୍ଟ କୁ ସ୍ୱାସ୍ଥ୍ୟ ରଖିବା ସହିତ ଏହାକୁ ସକ୍ରିୟ କରିଥାଏ ଓ ହାର୍ଟରେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ । କଖାରୁ ମଞ୍ଜି ରକ୍ତ ଚାପ ବା ବ୍ଲଡ ପ୍ରେସର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । କଖାରୁ ମଞ୍ଜିରେ ଅଧିକ ମାତ୍ରାରେ ଭରି ରହିଛି ଜିଙ୍କ । ଯାହାକି ଶରୀରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ ।

କଖାରୁ ମଞ୍ଜିର ସବୁଠାରୁ ବଡ ଉପକାରୀତା ହେଉଛି ଯେ ଏହା ଭାଇରାଲ ଭେଭର, ଥଣ୍ଡା,କାଶ ଓ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗରୁ ଦୂରେଇ ରଖେ । କଖାରୁ ମଞ୍ଜି ଖାଇବା ଦ୍ୱାରା ଓଜନ ମଧ୍ୟ କମ ହୋଇଥାଏ । ପୁରୁଷଙ୍କ ପାଇଁ କେଉଁ କାଳରୁ କଖାରୁ ମଞ୍ଜିକୁ ଏକ ଭଲ ଓ ଉପକାରୀ ଖାଦ୍ୟ ବୋଲି କୁହାଯାଇଛି । କାରଣ ଏଥିରେ ଥିବା ଜିଙ୍କ୍‌ ପ୍ରୋଷ୍ଟେଟ ଗ୍ରନ୍ଥି ପାଇଁ ଲାଭଦାୟକ କୁହାଯାଇଛି । ଏକ ରିପୋର୍ଟରୁ ଜଣା ପଡିଛି ଯେ କଖାରୁ ମଞ୍ଜି ଖାଇବା ଦ୍ୱାରା ଇଂସୁଲିନ ର ମାତ୍ରା ଶରୀରରେ ନିୟନ୍ତ୍ରଣ ହୋଇଥାଏ । ଡାଇବେସିସ ରେ ପିଡିତ ଥିବା ରୋଗୀଙ୍କ ପାଇଁ କଖାରୁ ମଞ୍ଜି ହେଉଛି ଏକ ଲାଭଦାୟକ ମଞ୍ଜି । ସୋଇବା ପୂର୍ବରୁ ଆପଣ କିଛି ମାତ୍ରାରେ କଖାରୁ ମଞ୍ଜି ଖାଇ ପାରିବେ କିନ୍ତୁ ପାଣି ଅଧ ଘଣ୍ଟା ପର୍ଯ୍ୟନ୍ତ ପିଇବେ ନାହିଁ । ରିପୋର୍ଟରୁ ଜଣା ପଡିଛି ଯେ ଏହା ଖାଇବା ଦ୍ୱାରା ନିଦ ଭଲ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.