Below header

ପିଆଜ ଦର ଯେମିତି ଲୋକଙ୍କୁ ନକନ୍ଦାଏ ସେଥିପାଇଁ ପଦକ୍ଷେପ ନେଲେ କେନ୍ଦ୍ର ସରକାର

ଚଳିତ ମାସରେ ପିଆଜ ମୂଲ୍ୟ ଉପର ମୁହାଁ ହେବା ପରେ ରପ୍ତାନି ଶୁଳ୍କ ଲଗାଇଛନ୍ତି ସରକାର । ଟମାଟୋ ଦର ସାମାନ୍ୟ କମିଥିବା ବେଳେ ପିଆଜ ଦର ବଢ଼ିବା ଆରମ୍ଭ ହୋଇଛି। ପିଆଜ ରପ୍ତାନି ଉପରେ ରୋକ ଲଗାଇବାକୁ ସରକାର ରପ୍ତାନି ଶୁଳ୍କ ଲାଗୁ କରିଛନ୍ତି।

କେନ୍ୟୁଜ୍(ବ୍ୟୁରୋ): ଟମାଟୋ ଭଳି ପିଆଜ ଦର ଯେମିତି ଲୋକଙ୍କୁ ନକନ୍ଦାଏ ସେଥିପାଇଁ ପଦକ୍ଷେପ ନେଲେ କେନ୍ଦ୍ର ସରକାର । ପିଆଜ ରପ୍ତାନୀ ଉପରେ ଲାଗିଲା ୪୦ ପ୍ରତିଶତ ଟିକସ । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ପିଆଜ ଉପରେ ରପ୍ତାନି ଶୁଳ୍କ ଲାଗିବ । ଏନେଇ ଗେଜେଟ ନୋଟିଫିକେସନ ପ୍ରକାଶ ପାଇଛି । ରପ୍ତାନୀ ଶୁଳ୍କ ତୁରନ୍ତ ଲାଗୁ ହେଲା ବୋଲି ଏଥିରେ ଉଲେଖ ରହିଛି । ଚଳିତ ମାସରେ ପିଆଜ ମୂଲ୍ୟ ଉପର ମୁହାଁ ହେବା ପରେ ରପ୍ତାନି ଶୁଳ୍କ ଲଗାଇଛନ୍ତି ସରକାର ।

ଟମାଟୋ ଦର ସାମାନ୍ୟ କମିଥିବା ବେଳେ ପିଆଜ ଦର ବଢ଼ିବା ଆରମ୍ଭ ହୋଇଛି। ପିଆଜ ରପ୍ତାନି ଉପରେ ରୋକ ଲଗାଇବାକୁ ସରକାର ରପ୍ତାନି ଶୁଳ୍କ ଲାଗୁ କରିଛନ୍ତି। ତେଣୁ ବିଦେଶକୁ ଏବେ ପିଆଜ ରପ୍ତାନି କଲେ ବ୍ୟବସାୟୀଙ୍କୁ ଅଧିକ ୪୦ ପ୍ରତିଶତ ଟିକସ ଦେବାକୁ ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.