Below header

‘ଚନ୍ଦ୍ରଯାନ-୩’କୁ ବଡ଼ ସଫଳତା, ପ୍ରୋପଲ୍‌ସନ ମଡ୍ୟୁଲ୍‌ରୁ ଅଲଗା ହେଲା ଲ୍ୟାଣ୍ଡର୍‌

ଚନ୍ଦ୍ରଯାନ-୩ ଚନ୍ଦ୍ର ଉପରେ ଲ୍ୟାଣ୍ଡିଂ କରିବା ପୂର୍ବରୁ ଇସ୍ରୋକୁ ମିଳିଛି ବଡ଼ ସଫଳତା। ଗୁରୁବାର ଦିନ ୧ଟା ୮ ମିନିଟ୍‌ରେ ଚନ୍ଦ୍ରଯାନ-୩ ଦୁଇ ଭାଗରେ ବିଭକ୍ତ ହୋଇଛି। ଏହା ଲ୍ୟାଣ୍ଡିଂ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଥିଲା।

ଚନ୍ଦ୍ରଯାନ-୩ ଚନ୍ଦ୍ର ଉପରେ ଲ୍ୟାଣ୍ଡିଂ କରିବା ପୂର୍ବରୁ ଇସ୍ରୋକୁ ମିଳିଛି ବଡ଼ ସଫଳତା। ଗୁରୁବାର ଦିନ ୧ଟା ୮ ମିନିଟ୍‌ରେ ଚନ୍ଦ୍ରଯାନ-୩ ଦୁଇ ଭାଗରେ ବିଭକ୍ତ ହୋଇଛି। ଏହା ଲ୍ୟାଣ୍ଡିଂ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଥିଲା। ଏହି ପ୍ରକ୍ରିୟାରେ ଚନ୍ଦ୍ରଯାନ-୩ର ପ୍ରୋପଲ୍‌ସନ ଓ ଲ୍ୟାଣ୍ଡର୍‌ ମଡ୍ୟୁଲ୍‌କୁ ଅଲଗା କରାଯାଇଛି। ଏବେ ବିକ୍ରମ ଲ୍ୟାଣ୍ଡର୍‌ ଚନ୍ଦ୍ରର ୧୦୦ କିଲୋମିଟର ଅଞ୍ଚଳରେ ବୁଲିବ ଏବଂ ଧୀରେ ଧୀରେ ଲ୍ୟାଣ୍ଡିଂ ଆଡ଼କୁ ଅଗ୍ରଗତି କରିବ।

ଇସ୍ରୋ ନିଜ ଅଫିସିଆଲ ବୟାନରେ ଘୋଷଣା କରିଛି ଯେ ଲ୍ୟାଣ୍ଡର ଓ ପ୍ରୋପଲ୍‌ସନ ସଫଳତାପୂର୍ବକ ଅଲଗା ହୋଇଛନ୍ତି। ଶୁକ୍ରବାର ଅପରାହ୍ନ ୪ଟାରେ ଲ୍ୟାଣ୍ଡର ମଡ୍ୟୁଲ୍‌କୁ ନିମ୍ନ କକ୍ଷପଥରେ ଡିବୁଷ୍ଟ କରାଯିବ। ଏବେ ଚନ୍ଦ୍ର ନିକଟରେ ଭାରତର ୩ ପ୍ରୋପଲ୍‌ସନ ମଡ୍ୟୁଲ୍‌ ଅଛି, ଅର୍ଥାତ୍‌ ଭାରତ ଚନ୍ଦ୍ରପୃଷ୍ଠରେ ଖୁବ୍‌ ଜଲ୍‌ଦି ପାଦ ଥାପିବାକୁ ଯାଉଛି।

୧୮ ତାରିଖରେ ଚନ୍ଦ୍ରପୃଷ୍ଠର ଅତି ନିକଟତର ହେବ ଲ୍ୟାଣ୍ଡର। ଏହାର କକ୍ଷପଥର ଉଚ୍ଚତା ହ୍ରାସ କରାଯିବ। ୨୦ ତାରିଖ ରାତିରେ ଲ୍ୟାଣ୍ଡର ମଡ୍ୟୁଲର ଡିଅର୍ବିଟିଂ ହେବ। ଏହାପରେ ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଲ୍ୟାଣ୍ଡିଂ ପାଇଁ ଲକ୍ଷ୍ୟ ରଖିଛି ଇସ୍ରୋ।

ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭରେ ବେଗ ପ୍ରତି ସେକେଣ୍ଡରେ ପାଖାପାଖି ୧.୬୮ କିଲୋମିଟର ରହିବ। ଲ୍ୟାଣ୍ଡିଂରେ ସବୁଠୁ ଚ୍ୟାଲେଞ୍ଜିଂ ହେଉଛି ଲ୍ୟାଣ୍ଡର ବେଗକୁ ୩୦ କିଲୋମିଟର ଉଚ୍ଚତାରୁ ଅନ୍ତିମ ଅବତରଣ ଯାଏ ଆଣିବା। ଏ ଯାଏ ମୁନ୍ ମିଶନରେ ସବୁ କିଛି ଠିକଠାକ୍ ଚାଲିଛି। ଆଗାମୀ ଅଭିଯାନ ଠିକ୍ ରହିଲେ ୨୩ ତାରିଖରେ ଇତିହାସ ରଚିବ ଇସ୍ରୋ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.