ଥରକରେ କେତେ ଅଣ୍ଡା ଦେଇଥାଏ କିଙ୍ଗ୍ କୋବ୍ରା, ଜାଣନ୍ତୁ ଏହି ରୋଚକ ତଥ୍ୟ

କିଙ୍ଗ୍ କୋବ୍ରା ସର୍ବାଧିକ ସଂଖ୍ୟକ ଅଣ୍ଡା ଦେଇଥାଏ । ତେବେ ଅଣ୍ଡା ଦେବା ପାଇଁ ସାପଟି ପ୍ରଥମେ ଏକ ବସା ତିଆରି କରେ, ପରେ ଅଣ୍ଡା ଦେଇଥାଏ ଏବଂ ସେମାନଙ୍କୁ ନିଜେ ମଧ୍ୟ ସୁରକ୍ଷା ଦେଇଥାଏ । ଏପରିକି କୌଣସି ସାପଙ୍କୁ ମଧ୍ୟ ଅଣ୍ଡା ନିକଟକୁ ଯିବାକୁ ଦେଇନଥାଏ ଏହି କିଙ୍ଗ୍ କୋବ୍ରା ।

କିଙ୍ଗ୍ କୋବ୍ରା ବା ଅହିରାଜ ସାପର ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ଆସେ । ଏହାର ଲମ୍ଭ ବହୁତ ଅଧିକ ଥାଏ । ସେହିପରି ଏହା ବହୁତ ବିଷାକ୍ତ ମଧ୍ୟ ହୋଇଥାଏ । କିଙ୍ଗ୍ କୋବ୍ରା ପ୍ରଜାତିର ସାପ ଅଧିକତର ଭାରତ ଏବଂ ଏସିଆର ଅନ୍ୟ ଦେଶମାନଙ୍କରେ ଦେଖାଯାନ୍ତି । ସେମାନଙ୍କର ବୟସ ୨୦ରୁ ୨୫ ବର୍ଷ ହୋଇଥାଏ । ଅର୍ଥାତ୍ ଏହି ସାପମାନେ ଏତେ ଦିନ ପର୍ଯ୍ୟନ୍ତ ବଞ୍ଚି ରହିପାରିବେ । ଏହି ପ୍ରଜାତିର ସାପର ଲମ୍ବ ସାଧାରଣତଃ ୧୦ରୁ ୧୩ ଫୁଟ ମଧ୍ୟରେ ହୋଇଥାଏ । ତେବେ ଏହି ବିଷାକ୍ତ ସାପ ଥରକରେ କେତେ ଅଣ୍ଡା ଦେଇଥାନ୍ତି । କଣ ଆପଣ ଅହିରାଜ ସାପର ଅଣ୍ଡା ଦେବା ବିଷୟରେ କିଛି ଜାଣିଛନ୍ତି କି । ତେବେ ଆସନ୍ତୁ ଜାଣିବା ସାପମାନଙ୍କ ବିଷୟରେ ଏପରି କିଛି ବିଶେଷ ତଥ୍ୟ ।

ସବୁଠାରୁ ବିଷାକ୍ତ ସାପ ମଧ୍ୟରୁ କିଙ୍ଗ କୋବ୍ରା ଭାରତ, ମାଲେସିଆ, ଇଣ୍ଡୋନେସିଆ, ମିଆଁମାର ଏବଂ ବାଂଲାଦେଶରେ ଦେଖିବାକୁ ମିଳିଥାଏ । ଏହା ଅନେକ ଦିନ ପର୍ଯ୍ୟନ୍ତ ନଖାଇ ମଧ୍ୟ ରହିପାରେ କିନ୍ତୁ ଯଦି ଏହା ଖାଇବାକୁ ଇଚ୍ଛା କରେ, ତେବେ ଏହା ଅନ୍ୟ ବିଷାକ୍ତ ସାପକୁ ମଧ୍ୟ ଖାଇଥାଏ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ଅହିରାଜ ସାପ କାମୁଡ଼ିଥିଲେ ମଧ୍ୟ ଏହା ଜରୁରୀ ନୁହେଁ ଯେ ଏହା ନିଜର ବିଷ କୌଣସି ଜୀବ ବା ମଣିଷ ଶରୀରରେ ଛାଡ଼ିଥିବ। ବେଳେବେଳେ ଏହା ବିଷ ନଛାଡ଼ି ମଧ୍ୟ କାମୁଡ଼ିଥାଏ । ତେବେ ଏହା ବିଷ ଛାଡ଼ିବ କି ନାହିଁ ନିଜେ ହିଁ ନିଷ୍ପତ୍ତି ନେଇଥାଏ । ଯଦି ବିଷ ଛାଡ଼ି ନଥାଏ ତେବେ ଜଣେ ବ୍ୟକ୍ତି ବଞ୍ଚିବା ସହଜ ହୋଇଥାଏ ।

ଏହି ସାପ ପ୍ରଜାତିର ଚାହିଦା ମଧ୍ୟ ଅଧିକ ଥାଏ କାରଣ କିଙ୍ଗ୍ କୋବ୍ରା ସର୍ବାଧିକ ସଂଖ୍ୟକ ଅଣ୍ଡା ଦେଇଥାଏ । ତେବେ ଅଣ୍ଡା ଦେବା ପାଇଁ ସାପଟି ପ୍ରଥମେ ଏକ ବସା ତିଆରି କରେ, ପରେ ଅଣ୍ଡା ଦେଇଥାଏ ଏବଂ ସେମାନଙ୍କୁ ନିଜେ ମଧ୍ୟ ସୁରକ୍ଷା ଦେଇଥାଏ । ଏପରିକି କୌଣସି ସାପଙ୍କୁ ମଧ୍ୟ ଅଣ୍ଡା ନିକଟକୁ ଯିବାକୁ ଦେଇନଥାଏ ଏହି କିଙ୍ଗ୍ କୋବ୍ରା । କିଙ୍ଗ୍ କୋବ୍ରା ଥରକରେ ୧୦ରୁ ୩୦ଟି ଅଣ୍ଡା ଦେଇଥାଏ । ସାଧାରଣତଃ ଏପ୍ରିଲ-ଜୁଲାଇରେ ଅଣ୍ଡା ଦେଇଥାଏ ଏହି ସାପ । ଏହି ଅଣ୍ଡାଗୁଡିକ ୪୫ରୁ ୭୦ ଦିନ ମଧ୍ୟରେ ବାହାରିଥାଏ ଏବଂ ପରେ ଅଣ୍ଡା ମଧ୍ୟରୁ କିଙ୍ଗ୍ କୋବ୍ରା ଛୁଆ ଜନ୍ମ ନେଇଥାଏ ।

ଯେତେବେଳେ କିଙ୍ଗ୍ କୋବ୍ରା ଅଣ୍ଡା ଦିଏ, ଏହା ପ୍ରଥମେ ଏକ ଚଉଡ଼ା ସ୍ଥାନ ତିଆରି କରେ ଏବଂ ପରେ ପାହାଡ଼ ପରି ଗୋଟିଏ ଉପରେ ଆଉ ଗୋଟିଏ ଅଣ୍ଡା ଦେଇଥାଏ । ଅଣ୍ଡାରୁ ବାହାରୁଥିବା ଛୋଟ ସାପମାନଙ୍କର ଲମ୍ବ ୨୦ ରୁ ୩୦ ସେମି ଅର୍ଥାତ୍ ୮ ରୁ ୧୨ ଇଞ୍ଚ ହୋଇଥାଏ । ସେମାନଙ୍କର ରଙ୍ଗ ସାତ ଦିନ ପାଇଁ ଧଳା ହୋଇଥିବାବେଳେ ଏହା ଧିରେ ଧିରେ କଳା ହୋଇଯାଏ । ପରେ ଦାନ୍ତ ବାହାରକୁ ଆସିଥାଏ ଏବଂ ୨୧ ଦିନ ମଧ୍ୟରେ ସେମାନଙ୍କ ମଧ୍ୟରେ ବିଷ ସୃଷ୍ଟି ହେବାକୁ ଲାଗିଥାଏ । ସାପ ମାନଙ୍କର ଏଭଳି ରୋଚକ ତଥ୍ୟ ଖୁବ କମ ଲୋକ ହିଁ ଜାଣିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.