Below header

”ମେଁ ବଦଲା ଲୁଙ୍ଗି”, ନିଜ ଭଉଣୀ ହତ୍ୟାର ପ୍ରତିଶୋଧ ପାଇଁ ବଡ ଭଉଣୀ ସାଜିଛି ଜବାନ

ସୀମାନ୍ତ ରୁ .ଦେଖନ୍ତୁ ସେମିତି ଜଣେ ମହିଳା ଯବାନଙ୍କ ଅକୁହା କଥା ।

ଜୟପୁର (କେନ୍ୟୁଜ) : ମେଁ ବଦଲା ଲୁଙ୍ଗି । ହାଁ ମେଁ ଜରୁର୍‌ ବଦଲା ଲୁଙ୍ଗି । ମନ ଭିତରେ ଭଉଣୀ ହତ୍ୟାର ପ୍ରତିଶୋଧ ନେଇ ବଡ ଭଉଣୀ ସାଜିଛି ଜବାନ । ଆପଣ ଜାଣିଛନ୍ତି ଉପାନ୍ତ ଅଞ୍ଚଳରେ ମାଓ ଇଲାକାରେ ଲୋକମାନେ କେମିତି ରହୁଛନ୍ତି । ସେମାନଙ୍କ ଜୀବନଶୈଳୀ କେମିତି । ସେମାନେ କଣ ଆମ ମାନଙ୍କ ଭଳି ସାଧାରଣ ଜୀବନ ବଞ୍ଚୁଛନ୍ତି । ନା, ସେମାନଙ୍କ ଜୀବନ ଆଦୌ ବି ସାଧାରଣ ନୁହେଁ କାହିଁକିନା ବିଶ୍ୱାସ କରିବେନି ସେମାନେ ନିଜ ଘରୁ ବାହାରିବାକୁ ଡରନ୍ତି । ନିଜ ହିସାବରେ ବଞ୍ଚିବା ତ ଦୂରର କଥା ପାଖରେ ଫୋନ୍‌ ବି ରଖିବା ମନା ସେମାନଙ୍କୁ । ଯଦି କାହା ଉପରେ ସନ୍ଦେହ ହୁଏ ତେବେ ଆଖି ପିଛୁଳାକେ ସବୁ ଲୋକଙ୍କ ଆଖି ସାମ୍ନାରେ ମାରି ତଳେ ଶୁଆଇଦିଅନ୍ତି ନକ୍ସଲ । ଯାହାଫଳରେ ଭୟରେ ଅନେକ ଯୁବତୀ ଏବଂ ଯୁବକ ନିଜ ଘର ଠାରୁ ଦୂରରେ ଲୁଚିକି ରହୁଛନ୍ତି । କାହିଁକିନା ଥରେ ନକ୍ସଲ ମାନଙ୍କର ନଜର ପଡିଲେ ଜୀବନ ଫେରିପାଇବା ବୋଧହୁଏ ଅସମ୍ଭବ ହୋଇପଡେ । ଠିକ ସେମିତି ହିଁ ହୋଇଛି ଜଣେ ୧୮ ବର୍ଷିୟା ଯୁବତୀଙ୍କ ସହ । ଯାହାଙ୍କୁ ମାଓବାଦୀମାନେ ନିଜ ଘରୁ ଉଠାଇନେଇ ବାପା ମାଆଙ୍କ ସମ୍ମୁଖରେ ହିଁ ରସି ଲଗାଇ ଝୁଲାଇ ମାରି ଶୁଆଇଦେଲେ । ଯାହାପରେ ଭଉଣୀ ହତ୍ୟାର ପ୍ରତିଶୋଧ ପାଇଁ ବଡ ଭଉଣୀ ସାଜିଛନ୍ତି ଜବାନ । ସେ କୁହନ୍ତି ଆମକୁ ଗାଁ ଭିତରକୁ ପଶିବାକୁ ଦଉନଥିଲେ । ଗାଁରେ ପଶି ସମସ୍ତଙ୍କୁ ଡରାଧମକା କରୁଥିଲେ ମାରପିଟ୍‌ କରୁଥିଲେ । ମୋ ଭଉଣୀ କୁ ଉଠେଇ ନେଇ ମାରିଦେଲେ ଆଉ ତିନି ଦିନ ପରେ ଲାସ ଆଣି ଫୋପାଡ଼ି ଦେଲେ । ମୁଁ ମୋ ବାପା ମା ଗାଁ କୁ ଯାଇପାରୁନି ମେଂ ବଦଲା ଲୁଙ୍ଗି ଉନସେ ଇସଲିଏ ୟ°ହା ଆଇହୁ° । ଅନ୍ଧାର ଶୁନଶାନ ରାତିର ଏଇ ଅକୁହା କାହାଣୀ କେବଳ ଜଣେ ମହିଳା ଙ୍କ ନୁହେଁ ସୀମାନ୍ତ ରେ ଏମିତି ଅନେକ ଗାଁର ଏ ହେଉଛି ବାସ୍ତବ କଥା ଯେଉଁଠି ଆଜିବି ରହିଛି ମାଓ ଉପଦ୍ରବ । ସୀମାନ୍ତ ରୁ ଦେଖିବା ସେମିତି ଜଣେ ମହିଳା ଯବାନଙ୍କ ଅକୁହା କଥା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.