ରେଳ ଷ୍ଟେସନରେ ଯାତ୍ରୀଙ୍କୁ ମିଳିବ ଶସ୍ତାରେ ଔଷଧ, ଖୋଲିବ ଜନଔଷଧି କେନ୍ଦ୍ର

ଟ୍ରେନରେ ଯାତ୍ରା ସମୟରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିଗଲେ ଆଉ ଔଷଧ ପାଇଁ ଚିନ୍ତା କରିବାକୁ ପଡିବ ନାହିଁ । ଷ୍ଟେସନରେ ଜନଔଷଧି କେନ୍ଦ୍ର ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଠାରେ ଯାତ୍ରୀଙ୍କ ପାଇଁ ଶସ୍ତାରେ ଔଷଧ ମିଳିବ ।

ରେଳ ଯାତ୍ରୀଙ୍କ ସୁବିଧା ପାଇଁ ସରକାର ଅନେକ ସୁବିଧା କରୁଛନ୍ତି । ତେଣୁ ଷ୍ଟେସନରେ ଯଦି କୌଣସି ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଏ, ସେଥିପାଇଁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ତେଣୁ ରେଳଯାତ୍ରୀଙ୍କୁ ଶସ୍ତାରେ ଔଷଧ ଦେବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଷ୍ଟେସନରେ ପ୍ରଧାନମନ୍ତ୍ରୀ ଜନ ଭାରତୀୟ ଔଷଧି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ଜରିଆରେ କୋଟି କୋଟି ରେଳ ଯାତ୍ରୀଙ୍କୁ ଜରୁରୀକାଳୀନ ସ୍ଥିତିରେ ରେଳ ଷ୍ଟେସନରୁ ଶସ୍ତାରେ ଔଷଧ ମିଳିଯିବ ।

ଅନେକ ସମୟରେ ଟ୍ରେନରେ ଯାତ୍ରା କରିବା ସମୟରେ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଏ । ଜରୁରୀକାଳୀନ ସ୍ଥିତିରେ ସେମାନେ ଔଷଧ ପାଆନ୍ତି ନାହିଁ । ତେଣୁ ରେଳ ଷ୍ଟେସନରେ ଜନଔଷଧି କେନ୍ଦ୍ର ରହିବା ଦ୍ୱାରା ଲୋକେ ଶସ୍ତା ଏବଂ ସହଜରେ ଔଷଧ ପାଇପାରିବେ । ଏହାଦ୍ୱାରା ଯାତ୍ରୀଙ୍କୁ ଲାଭ ମିଳିବା ସହିତ ନୂଆ ରୋଜଗାର ମଧ୍ୟ ମିଳିବ । ତେବେ ଷ୍ଟେସନରେ ଜନଔଷଧି କେନ୍ଦ୍ର ସଂଚାଳନ କରିବା ପାଇଁ ଲୋକଙ୍କୁ ଲାଇସେନ୍ସ ନେବାକୁ ହେବ । ଏଥିପାଇଁ ଇ-ନିଲାମୀର ଆୟୋଜନ କରାଯିବ। ଯେଉଁଥିରେ ଲୋକ ଷ୍ଟେସନରେ ଏହି ଔଷଧି କେନ୍ଦ୍ର ଚଲାଇପାରିବେ ।

ରେଲୱେ ପକ୍ଷରୁ ପାଇଲଟ ପ୍ରୋଜେକ୍ଟ ସୁବିଧା ଦେଶର ପାଖାପାଖି ୫୦ଟି ରେଲୱେ ଷ୍ଟେସନରେ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ସିକନ୍ଦରାବାଦ, ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନ, ବୀରାଙ୍ଗନା ଲକ୍ଷ୍ମୀବାଈ, ଲକ୍ଷ୍ନୌ ଜଙ୍କସନ, ଗୋରଖପୁର ଜଙ୍କସନ, ବନାରସ, ଆଗ୍ରା କ୍ୟାଣ୍ଟ, ମଥୁରା, ଋିଷିକେଶ, କାଶୀପୁର, ମାଲଦା ଟାଉନ, ଖଡଗପୁର, ମଦନ ମହଲ, ବିନା, ଲୋକମାନ୍ୟ ତିଳକ ଟର୍ମିନସ, ମନମାଡ ଇତ୍ୟାଦି ଷ୍ଟେସନ ରହିଛି ।

ସୂଚନାଯୋଗ୍ୟ, ମୋଦି ସରକାର ୨୦୧୮, ୨୪ ଏପ୍ରିଲରେ ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନାର ଆରମ୍ଭ କରିଥିଲେ । ଏହି ଯୋଜନା ଜରିଆରେ ସାଧାରଣ ଲୋକଙ୍କୁ ଶସ୍ତାରେ ଔଷଧ ମିଳୁଥିଲା । ଏହି ମେଡିକାଲ ଷ୍ଟୋରରେ ଜେନେରିକ ଔଷଧ ବଜାର ତୁଳନାରେ ୭୦ରୁ ୮୦ ପ୍ରତିଶତ କମ୍‌ ଦାମରେ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.