Below header

ମାସିକ ଋତୁସ୍ରାବ ବନ୍ଦ ହେବା ପରେ ପୁଣି ଆରମ୍ଭ ହେବା ବିପଦର ସଙ୍କେତ, ଦେଖାଦିଏ ଗମ୍ଭୀର ରୋଗ

ମହିଳାମାନେ ପିରିୟଡ୍ସ ଯୁକ୍ତ ଅନେକ ସମସ୍ୟାକୁ ସମସ୍ତଙ୍କ ଠାରୁ ଲୁଚାଇଥାନ୍ତି । ଏହାକୁ ଲୁଚାଇବା ଦ୍ୱାରା ଗମ୍ଭୀର ରୋଗର ସମ୍ଭାବନା ହେବା ସହ ବଡ ରୋଗର କାରଣ ବନିପାରେ । ଏହି ସମସ୍ୟାର ସମୟରେ ଚିକିତ୍ସା କରିବା ଏବଂ ଧ୍ୟାନ ଦେବା ଉଚିତ୍‌ ।

ପିରିୟଡ୍ସ ବା ମାସିକ ଧର୍ମ ସମୟରେ ମହିଳାମାନଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥାଏ । କିଛି ମହିଳାଙ୍କର ପିରିୟଡ୍ସ ବିଳମ୍ବ ହୋଇଥାଏ, କିଛି ମହିଳାଙ୍କର ଶୀଘ୍ର ହୋଇଥାଏ । ଯେପରି ପିରିୟଡ୍ସର ଅବଧି ଚକ୍ର ଆରମ୍ଭ ହେବାର ଏକ ନିର୍ଦ୍ଧିଷ୍ଟ ବୟସ ଯଥା, ୧୨, ୧୩ କିମ୍ବା ୧୪ ବର୍ଷ ରହିଥାଏ । ସେହିପରି ପିରିୟଡ୍ସ ଅବଧି ଶେଷ ହେବାର ଏକ ବୟସ ଯଥା, ୪୦,୪୫ ଓ ୫୦ ବର୍ଷ ହୋଇଥାଏ । ଏହି ବୟସରେ ପ୍ରଜନନ ହରମୋନ୍‌ କମ ହେବାକୁ ଲାଗିଥାଏ ।  ଏହି କାରଣରୁ ପିରିୟଡ୍ସ ପ୍ରକ୍ରିୟର ଅବଧି ଧିରେ ଧିରେ ଶେଷ ହୋଇଯାଏ । ହେଲେ କେତେ ଥର ମହିଳାମାନଙ୍କ ମଧ୍ୟରେ ଏଭଳି ଦେଖିବା ପାଇଁ ମିଳିଛି, ଯେପରି ମାସିକ ଧର୍ମ ଶେଷ ହେବା ପରେ ମଧ୍ୟ ହଠାତ୍‌ ପୁଣି ଆରମ୍ଭ ହୋଇଥାଏ ।

ପ୍ରାୟତଃ ମହିଳାମାନେ ପିରିୟଡ୍ସ ସମସ୍ୟାକୁ ସମସ୍ତଙ୍କ ଠାରୁ ଲୁଚାଇଥାନ୍ତି । ହେଲେ ଏହାକୁ ଲୁଚାଇବା ଦ୍ୱାରା ଗମ୍ଭୀର ରୋଗର ସମ୍ଭାବନା ହେବା ସହ ବଡ ରୋଗର କାରଣ ହୋଇପାରେ । ଏହି ସମସ୍ୟାର ସମୟରେ ଚିକିତ୍ସା କରିବା ଏବଂ ଧ୍ୟାନ ଦେବା ଉଚିତ୍‌ ।

କ୍ୟାନ୍ସର ଲକ୍ଷଣ ହୋଇପାରେ :
ମହିଳାଙ୍କ ରୋଗର ବିଶେଷଜ୍ଞ ଡାକ୍ତର ଚଞ୍ଚଲ ଶର୍ମାଙ୍କ ମତ ଅନୁସାରେ,  ମାସିକ ଧର୍ମ ଶେଷ ହେବା ପରେ ମଧ୍ୟ ହଠାତ୍‌ ପୁଣି ପିରିୟଡ୍ସ ସମସ୍ୟା ରହିଥାଏ । ହେଲେ ଏହି ସମସ୍ୟା କିଛି ମହିଳାମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ । ଯଦି ଏହି ଅସୁବିଧା ହେଉଛି ତାହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ୍‌ । ନଚେତ ଗର୍ଭାଶୟ କ୍ୟାନ୍ସର ହୋଇପାରେ ।

ଗର୍ଭାଶୟ କ୍ୟାନ୍ସର କଣ ହୋଇଥାଏ :
ସାଧାରଣତ ମହିଳାମାନଙ୍କୁ ହେଉଥିବା କ୍ୟାନ୍ସର ମଧ୍ୟରେ ଗର୍ଭାଶୟ କ୍ୟାନ୍ସର ଏକ ପ୍ରକାର କ୍ୟାନ୍ସର ହୋଇଥାଏ । ଗର୍ଭାଶୟ କ୍ୟାନ୍ସର ହେବା ଦ୍ୱାରା ଗର୍ଭାଶୟର ତଳ ଅଂଶରେ ଟ୍ୟୁମର୍‌ ହୋଇଯାଇଥାଏ । ଯାହା ଦ୍ୱାରା କୋଷ ଗୁଡିକ ଅସ୍ୱାଭାବିକ ଭାବେ ବଢିବାକୁ ଲାଗିଥାଏ ।

କିପରି କରିବେ ଗର୍ଭାଶୟ କ୍ୟାନ୍ସର ଚିକିତ୍ସା :
ଏହି ରୋଗର ଚିକିତ୍ସା ସମ୍ଭବ ହୋଇଥାଏ । ହେଲେ ଏହି ବିଷୟରେ ବହୁତ କମ ଲୋକେ ଜାଣିଛନ୍ତି । ଏହି କାରଣରୁ ସ୍ଥିତି ଅଧିକ ଗମ୍ଭୀର ହୋଇଥାଏ । ଯଦି ଆପଣଙ୍କର ଅସ୍ୱାଭାବିକ ବ୍ଲିଡଂ ହେଉଥିବ, ସଂକ୍ରମଣ କିମ୍ବା ହଠାତ୍‌ ଓଜନ ବଢିବା ପରି ସମସ୍ୟା ହେଉଥିଲେ । ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଜରୁରୀ ହୋଇଥାଏ ।

ଏହି ରୋଗରୁ କିପରି ବଞ୍ଚିବେ :
ଗର୍ଭାଶୟ କ୍ୟାନ୍ସର ହେବରୁ ଅସ୍ୱାଭାବିକ ବ୍ଲିଡଂ ହେଉଥିବ, ଖମୀର ସଂକ୍ରମଣ କିମ୍ବା ହଠାତ୍‌ ଓଜନ ବଢିବା ପରି ସମସ୍ୟା ହେଉଥିଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇା ଉଚିତ୍‌ । ଯଦି ଏହି ସଂକ୍ରମଣ ହୋଇଥାଏ ତାହେଲେ ଔଷଧ ଦ୍ୱାରା ଏହାର ଚିକିତ୍ସା ହୋଇପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.