Below header

ଭୋଟର କାର୍ଡ ସଂଶୋଧନ ନାମରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ , ଅଙ୍ଗନବାଡି ଦିଦିଙ୍କ ସ୍ୱାମୀ ଗିରଫ

ଦିଦି ଫୋନ୍ କଲେ ଘରକୁ ଆସ, ଭୋଟର କାର୍ଡ କରେକସନ୍ କରାଇନେବ । କିନ୍ତୁ ଘରେ ଥିବା ଅଙ୍ଗନବାଡି ଦିଦିଙ୍କ ସ୍ୱାମୀ ମୁଣ୍ଡରେ ପଶିଲା ମନ୍ଦ ଉଦେ୍ଦେଶ ।

ଚାନ୍ଦବାଲି (କେନ୍ୟୁଜ) : ଅଙ୍ଗନବାଡି ଦିଦିଙ୍କ ସ୍ବାମୀ ନାଁ ରେ ସାଂଘାତିକ ଅଭିଯେୋଗ । ମହିଳାଙ୍କୁ ଜେର ଜବରଦସ୍ତି ଟଣା ଓଟରା ଅଭିଯୋଗ ଆଣିଲେ ଜଣେ ମହିଳା । ଭୋଟର କାର୍ଡ ସଂଶୋଧନ ପାଇଁ ଆସିଥିବା ଜଣେ ମହିଳାଙ୍କୁ ଅସାଦାଚରଣ କଲେ ଅଙ୍ଗନବାଡି ଦିଦିଙ୍କ ସ୍ୱାମୀ । ଦିଦି ଫୋନ୍ କଲେ ଘରକୁ ଆସ, ଭୋଟର କାର୍ଡ କରେକସନ୍ କରାଇନେବ । କିନ୍ତୁ ଘରେ ଥିବା ଅଙ୍ଗନବାଡି ଦିଦିଙ୍କ ସ୍ୱାମୀ ମୁଣ୍ଡରେ ପଶିଲା ମନ୍ଦ ଉଦ୍ଦେଶ୍ୟ । ଏମିତି ଏକ ସାଂଘାତିକ ଅଭିଯୋଗ ଆସିଛି ଭଦ୍ରକ ଚାନ୍ଦବାଲି ବାଂଶଡା ଥାନାରେ।

ଭୋଟର କାର୍ଡ ସଂଶୋଧନ ପାଇଁ ଆସିଥିବା ଜଣେ ମହିଳାକୁ ଜବରଦସ୍ତ ଟଣା ଓଟରା ସହ ଅସଦାଚରଣ ଅଭିଯୋଗରେ ନେଇ ବାଂଶଡା ଥାନାରେ ଅଭିଯୋଗ କରଞ୍ଜମାଳ ଅଙ୍ଗନବାଡି କେନ୍ଦ୍ର ଦିଦିଙ୍କ ସ୍ୱାମୀକୁ ଗିରଫ କରିଛି ପୋଲିସ । ଅଭିଯୋଗ ମୁତାବକ ବଂଶଡା ଥାନା କରଂଜମାଳ ଅଙ୍ଗନବାଡି କେନ୍ଦ୍ରର ଶିକ୍ଷୟତ୍ରୀ ଶ୍ୱେତଲତା ରାଉତ ସେହି ଗ୍ରାମର ପ୍ରିୟଙ୍କା ନାୟକଙ୍କୁ ତାଙ୍କ ଘରେ ଆସି ଭୋଟର କାର୍ଡ ସଂଶୋଧନ କରାଇନେବାକୁ ଫୋନ କରି କହିଥିଲେ । ପ୍ରିୟଙ୍କା ନାୟକ ଏବଂ ତାଙ୍କ ସ୍ୱାମୀ ଦେବୀ ପ୍ରସାଦ ନାୟକ ଆସି ଅଙ୍ଗନବାଡି କର୍ମୀଙ୍କ ଘରେ ପହଂଚିଥିଲେ ।

ଏହି ସମୟରେ ଅଙ୍ଗନବାଡି କର୍ମୀଙ୍କ ସ୍ୱାମୀ ଭାଗିରଥି ପଲେଇ ପ୍ରିୟଙ୍କାଙ୍କ ସ୍ୱାମୀଙ୍କୁ ଆଧାର କାର୍ଡ ଜେରକ୍ସ କରାଇ ଆଣିବାକୁ କହି ନିକଟସ୍ଥ ବଜାରକୁ ପଠାଇଦେଲେ । ଖାଲି ଏତିକି ନୁହେଁ ନିଜ ସ୍ତ୍ରୀ ଶ୍ଵେତଲତାକୁ ମଧ୍ୟ ପଡୋଶୀଙ୍କ ଘରକୁ ପଠାଇଦେଇଲେ । ଏହାପରେ ପ୍ରିୟଙ୍କାଙ୍କୁ ଜୋର ଜବରଦସ୍ତ ଟଣା ଓଟରା କରିବା ସହ ଅସଦାଚରଣ କରିଥିଲେ । ପ୍ରିୟଙ୍କା ପାଟି କରିବାରୁ ପଡୋଶୀ ମାନେ ଆସି ପହଂଚି ଯିବାରୁ ଅଭିଯୁକ୍ତ ଭାଗିରଥି ପଲେଇ ସମସ୍ତଙ୍କୁ କୁରାଢ଼ୀ ଧରି ମାରିଦେବାକୁ ଧମକ ଦେବା ସହ ଯିଏ ପୋଲିସରେ ସାକ୍ଷୀ ଦେବ ତାକୁ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିଲା ।

ତେବେ ବିଳମ୍ବିତ ରାତିରେ ପୀଡିତା ଯାଇ ବାଂଶଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଖବର ପାଇବା ପରେ ଅଭିଯୁକ୍ତ ଭାଗିରଥି ପଲେଇ ନିଖୋଜ ହୋଇଯାଇଥିଲେ । ପରେ ମୋବାଇଲ ଟ୍ରାକିଙ୍ଗରୁ ସେ କେନ୍ଦ୍ରାପଡ଼ାରୁ ଚାନ୍ଦବାଲି ଆସୁଥିବା ବେଳେ ବାଂଶଡା iic ଶ୍ରୀବଲଭ ସାହୁ ତାକୁ ଗିରଫ କରିବା ପରେ ଥାନା କେସ ନମ୍ବର 276 ଏବଂ ଭାରତୀୟ ପିଙ୍ଗଳ କୋର୍ଟ ଦଫା 341, 354b, 506, 294ରେ କୋର୍ଟ ଚାଲାଣ କରିଛନ୍ତି । ତେବେ ସମ୍ପୃକ୍ତା ପୀଡିତାଙ୍କୁ ଡାକ୍ତରୀ ମାଇନା କରାଯାଇ କୋର୍ଟରେ ମଧ୍ୟ ହାଜର କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.