ଅକ୍ଷୟ କୁମାରଙ୍କ ଅପ୍‌କମିଂ ଫିଲ୍ମ ‘Welcome 3’, ଜାଣନ୍ତୁ କେବେ ହେବ ରିଲିଜ

ବଲିଉଡ୍‌ର ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର ନିଜର ନିଖୁଣ ଅଭିନୟ ଦ୍ୱାରା ସମସ୍ତଙ୍କ ମନୋରଂଜନ କରିଥାଆନ୍ତି। ଅକ୍ଷୟଙ୍କ ‘ଓଃ ମାଇଁ ଗଡ ୨’ ରିଲିଜ ହେବା ପରେ ଏବେ ତାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି।

ବଲିଉଡ୍‌ର ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର ନିଜର ନିଖୁଣ ଅଭିନୟ ଦ୍ୱାରା ସମସ୍ତଙ୍କ ମନୋରଂଜନ କରିଥାଆନ୍ତି। ଅକ୍ଷୟଙ୍କ ‘ଓଃ ମାଇଁ ଗଡ ୨’ ରିଲିଜ ହେବା ପରେ ଏବେ ତାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ୱେଲକମ ୩’ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି।

ଏହି ଫିଲ୍ମର ପ୍ରଥମ ଓ ଦ୍ୱିତୀୟ ଭାଗ ବହୁତ ମଜାଦାର ଥିଲା। ଫିଲ୍ମ ଦର୍ଶକଙ୍କୁ ଖୁବ୍ ହସାଇଥିଲା । ଏବେ ଫିଲ୍ମର ତୃତୀୟ ଭାଗ ଆସିବାକୁ ଯାଉଛି। ଏଥର ‘ୱେଲକମ ୩’ ରେ ଅକ୍ଷୟ କୁମାରଙ୍କ ସହ ସଞ୍ଜୟ ଦତ୍ତ ଓ ଅର୍ଶଦ ଓ୍ଵାର୍ସି ମଧ୍ୟ ନଜର ଆସିବେ। ଫିଲ୍ମର ରିଲିଜ ହେବା ତାରିଖ ସାମ୍ନାକୁ ଆସିଛି। ଫିଲ୍ମ ନିର୍ମାତା ‘ୱେଲକମ ୩’କୁ ୨୦୨୪ ଖ୍ରୀଷ୍ଟମାସରେ ରିଲିଜ କରିବେ । ଏହି ଫିଲ୍ମକୁ ୱେଲକମ ଟୁ ଦ ଜଙ୍ଗଲ ଟାଇଟଲ ସହିତ ରିଲିଜ କରାଯିବ।

ଫିରୋଜ ନାଡିଆଡଓ୍ଵାଲାଙ୍କ ପ୍ରଡକ୍ସନରେ ନିର୍ମିତ ଫିଲ୍ମ ‘ୱେଲକମ’ ୨୦୦୭ରେ ରିଲିଜ ହୋଇଥିଲା। ଏହି ଫିଲ୍ମରେ ଅକ୍ଷୟ କୁମାର, ନାନା ପାଟେକର, ଅନିଲ କପୁର, ପରେଶ ରାଓ୍ଵଲଙ୍କ ଭଳି ଷ୍ଟାର ନଜର ଆସିଥିଲେ । ଫିଲ୍ମଟି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଏହାପରେ ୨୦୧୫ରେ ଏହାର ଦ୍ୱିତୀୟ ଭାଗ‘ୱେଲକମ ବ୍ୟାକ’ ରିଲିଜ ହୋଇଥିଲା । ଏବେ‘ୱେଲକମ ୩’ ଖୁବ୍ ଶୀଘ୍ର ଆସବାକୁ ଯାଇଛି ।

ଏହି ଫିଲ୍ମରେ ନାନା ପାଟେକର ଓ ଅନିଲ କପୁରଙ୍କ ବଦଳରେ ସଞ୍ଜୟ ଦତ୍ତ ଓ ଅର୍ଶଦ ଓ୍ଵାସି ନଜର ଆସିବେ । ପୂର୍ବ ଦୁଇଟି ଭାଗକୁ ଅନିସ୍ ବଜାମି ନିର୍ଦ୍ଦେଶନା ଦେଇଥିଲେ । ଏବେ ‘ୱେଲକମ ୩’ କୁ ଅହମ୍ମଦ ଖାନ୍ ନିର୍ଦ୍ଦେଶନା ଦେଇପାରନ୍ତି । ଏହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ବହୁତ ଉତ୍ସାହିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.