Below header

କୁନୋ ନ୍ୟାସନାଲ ପାର୍କରେ ୫ଟି ଶାବକ ଜନ୍ମ ଦେଲା ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତା ଗାମିନୀ

କୁନୋ ନ୍ୟାସନାଲ ପାର୍କରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତା ଗାମିନୀ ୫ଟି ଛୁଆ ଜନ୍ମ ଦେଇଛି । ଏହାକୁ ନେଇ ବନ ବିଭାଗ ଟିମ୍‌ ବହୁତ ଖୁସି ରହିଛି । କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।

କୁନୋ ନ୍ୟାସନାଲ ପାର୍କରୁ ଆସିଲା ଖୁସିଖବର । ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତା ଗାମିନୀ ୫ଟି ଛୁଆ ଜନ୍ମ ଦେଇଛି । ଏହାକୁ ନେଇ ବନ ବିଭାଗ ଟିମ୍‌ ବହୁତ ଖୁସି ରହିଛି । କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଏହାସହିତ ଫଟୋ ସେୟାର କରିଛନ୍ତି ।

ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତା ଗାମିନୀ ୫ଟି ଶାବକ ଜନ୍ମ ଦେଇଛି । ଏହାସହିତ ଶାବକ ସଂଖ୍ୟା ୧୩ରେ ପହଞ୍ଚିଛି । କୁନୋ ନ୍ୟାସନାଲ ପାର୍କରେ ନୂଆ ଶାବକ ସହିତ ଚିତାଙ୍କ ସଂଖ୍ୟା ୨୬ରେ ପହଞ୍ଚିଛି ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ଏବଂ ନାମ୍ବିଆରୁ ଦୁଇଟି ପର୍ଯ୍ୟାୟରେ ୨୦ଟି ଚିତା ଆସିଥିଲେ । ସେଥିରୁ ୭ଟି ମରିସାରିଛନ୍ତି । ଏବେ କୁନୋରେ ୧୩ଟି ଶାବକ ରହିଛନ୍ତି । କୁନୋରେ ୧୩ଟି ଶାବକ ଏବଂ ୧୩ଟି ବୟସ୍କ ଚିତା ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.