କାର ଏବଂ ବାଇକ୍‌ ପଛରେ କାହିଁକି ଦୌଡ଼ନ୍ତି କୁକୁର, ଜାଣନ୍ତୁ କଣ କହୁଛି ବିଜ୍ଞାନ

କାର ହେଉ କି ବାଇକ୍‌ ହେଉ ରାତି ହେଲେ କୁକୁରମାନେ ଗାଡ଼ି ଗୁଡ଼ିକର ପିଛା କରନ୍ତି । ଏଭଳି ପରିସ୍ଥିତିରେ କୁକୁରମାନେ ଗାଡ଼ି ପଛରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦୌଡ଼ିବାକୁ ଲାଗନ୍ତି । ଏହା ସହ ଲଗାତାର ଭୁକି ଚାଲିଥାନ୍ତି । ତେବେ କୁକୁରମାନେ ଏଭଳି କାହିଁକି କରନ୍ତି ଏହା ପଛରେ କାରଣ କଣ ଆପଣମାନେ ଜାଣିଛନ୍ତି କି ?

ଆଜିକାଲି ଲୋକମାନେ ବାଇକ୍ କିମ୍ବା ସ୍କୁଟି ନଧରିଲେ ଘରୁ ବାହାରୁ ନାହାନ୍ତି । କିଛି ଲୋକ ରାତି ହେଲେ କାରରେ ଯିବାକୁ ପସନ୍ଦ କରନ୍ତି । ଆପଣ ମଧ୍ୟ କାର୍, ବାଇକ୍ କିମ୍ବା ସ୍କୁଟି ନେଇ ରାତିି ସମୟରେ ନିଶ୍ଚିତ ଘରୁ ବାହାରିଥିବେ । ଆପଣମାନେ ରାତିରେ ଯାତ୍ରା କରିବା ସମୟରେ କେବେ ନା କେବେ କୁକୁର ଆକ୍ରମଣର ଶିକାର ହୋଇଥିବେ ନିଶ୍ଚିତ । କାର ହେଉ କି ବାଇକ୍‌ ହେଉ ରାତି ହେଲେ କୁକୁରମାନେ ଗାଡ଼ି ଗୁଡ଼ିକର ପିଛା କରନ୍ତି । ଏଭଳି ପରିସ୍ଥିତିରେ କୁକୁରମାନେ ଗାଡ଼ି ପଛରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦୌଡ଼ିବାକୁ ଲାଗନ୍ତି । ଏହା ସହ ଲଗାତାର ଭୁକି ଚାଲିଥାନ୍ତି । ତେବେ କୁକୁରମାନେ ଏଭଳି କାହିଁକି କରନ୍ତି ଏହା ପଛରେ କାରଣ କଣ ଆପଣମାନେ ଜାଣିଛନ୍ତି କି ?

ଯେତେବେଳେ ବୁଲା କୁକୁରମାନେ ଆପଣଙ୍କ ଗାଡ଼ିର ପିଛା କରନ୍ତି ଆପଣ ନିଜ ଗାଡ଼ିର ସ୍ପିଡକୁ ବଢ଼ାଇ ଦିଅନ୍ତି । କୁକୁରମାନଙ୍କ ଠାରୁ ବଞ୍ଚିବା ପାଇଁ ଲୋକମାନେ ଏମିତି କରନ୍ତି । କିନ୍ତୁ ଏମିତି କରିବା ଦ୍ୱାରା ଲୋକମାନେ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ହଠାତ୍ କୁକୁରମାନେ ଗାଡି ପଛରେ କାହିଁକି ଦୌଡ଼ିବା ଆରମ୍ଭ କରନ୍ତି ?

କୁକୁରମାନେ ଅତି ବିଶ୍ୱସ୍ତ ଏବଂ ମଣିଷର ବନ୍ଧୁ ଭାବେ ବ୍ୟବହାର କରନ୍ତି । କିନ୍ତୁ ଏହି କୁକୁରମାନେ ହଠାତ୍ ଆପଣଙ୍କ ସ୍କୁଟି, ବାଇକ୍ କିମ୍ବା କାର୍ ପଛରେ କାହିଁକି ଗୋଡ଼ାଇବା ଆରମ୍ଭ କରନ୍ତି ? କୁକୁର ଗୋଡ଼ାଇବା ସମୟରେ, ଯଦି ଆପଣ ଗାଡ଼ିରୁ ତଳେ ପଡ଼ିଗଲେ ତେବେ କୁକୁର ଆକ୍ରମଣରୁ ଆପଣଙ୍କୁ କେହି ବଞ୍ଚାଇ ପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା ଏହାକୁ ନେଇ ବିଜ୍ଞାନ କଣ କହୁଛି ।

ଏହା ପଛରେ ରହୁଥିବା ବୈଜ୍ଞାନିକ କାରଣ ହେଉଛି କୁକୁରମାନଙ୍କର ଏପରି ଆଚରଣ ପାଇଁ ଆପଣ ଦାୟୀ ନୁହଁନ୍ତି ବରଂ ଆପଣଙ୍କ ଗାଡିର ଟାୟାର ହେଉଛି କୁକୁରଙ୍କର ଟାର୍ଗେଟ । ଆପଣଙ୍କ ଗାଡିର ଟାୟାରରୁ ଆସୁଥିବା ଅନ୍ୟ କୁକୁରମାନଙ୍କର ଗନ୍ଧ ପାଇଁ କୁକୁରମାନେ ଏମିତି ଆକ୍ରମଣାତ୍ମକ ହୋଇଯାଆନ୍ତି । କୁକୁରମାନଙ୍କର ଶୁଙ୍ଘିବାର ଶକ୍ତି ଅଧିକ ଥାଏ । କୁକୁରମାନେ ଅନ୍ୟ କୁକୁରମାନଙ୍କର ଗନ୍ଧକୁ ଶୀଘ୍ର ଶୁଙ୍ଘି ପାରନ୍ତି ।

କୁକୁରମାନେ ଗାଡିର ଟାୟାର କିମ୍ବା ରାସ୍ତାରେ ଥିବା ଇଲେକ୍ଟ୍ରି ପୁଲରେ ପରିସ୍ରା କରନ୍ତି । ଯେତେବେଳେ ଆପଣଙ୍କ କାର କୌଣସି ରାସ୍ତାରେ ଅତିକ୍ରମ କରେ ସେତେବେଳେ କୁକୁରମାନେ ଆପଣଙ୍କ ଟାୟାରରୁ ଆସୁଥିବା ଅନ୍ୟ କୁକୁରଙ୍କ ଗନ୍ଧ ଶୁଙ୍ଘି ପାରନ୍ତି । ଏହି ଗନ୍ଧ କାରଣରୁ କୁକୁରମାନେ ଆପଣଙ୍କ କାର୍‌ ପଛରେ ଦୌଡିବା ଆରମ୍ଭ କରନ୍ତି । ତେବେ କୁକୁରମାନେ ଅନ୍ୟ ଅଞ୍ଚଳର କୁକୁରମାନଙ୍କୁ ସହି ପାରନ୍ତି ନାହିଁ ।

ସେଥିପାଇଁ ଯେତେବେଳେ କୁକୁରମାନେ ଆପଣଙ୍କ ଗାଡିର ଟାୟାରରୁ ଅନ୍ୟ ଅଞ୍ଚଳର କୁକୁରର ଗନ୍ଧକୁ ଶୁଙ୍ଘି ପାରନ୍ତି, ସେମାନେ ଗାଡି ପଛରେ ଦୌଡ଼ିବା ଏବଂ ଭୁକିବା ଆରମ୍ଭ କରନ୍ତି । ଏଭଳି ପରିସ୍ଥିତିରେ ଆପଣ ଗାଡ଼ିର ସ୍ପିଡ୍‌ ବଢ଼ାଇଲେ କୁକୁରମାନେ ଅଧିକ ଆକ୍ରମଣାତ୍ମକ ହୋଇଯାଆନ୍ତି । ଏହି କାରଣରୁ ଅନେକ ଥର ବାଇକ୍ କିମ୍ବା ସ୍କୁଟି ଗୁଡ଼ିକ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୁଅନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ ଏଭଳି ପରିସ୍ଥିତିରେ ଭୟଭୀତ ନହେବା ବୁଦ୍ଧିମାନର କାମ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.