ପୋଖରୀରେ ବୁଡ଼ି ନାବାଳକ ମୃତ, ଦୁଇ ସାଙ୍ଗଙ୍କ ସହ ପୋଖରୀକୁ ବୁଲିବାକୁ ଯାଇଥିଲେ

ପୋଖରୀରେ ବୁଡ଼ି ନାବାଳକ ମୃତ। ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ପ୍ରୀତିପୁର ନୂଆ ଗାଁରେ ଅଘଟଣ।

ଯାଜପୁର ଟାଉନ : ପୋଖରୀରେ ବୁଡ଼ି ନାବାଳକ ମୃତ। ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ପ୍ରୀତିପୁର ନୂଆ ଗାଁରେ ଅଘଟଣ। ଗାଁର ୧୪ ବର୍ଷୀୟ ବିଶ୍ବରଞ୍ଜନ ଦାସ ନିଜର ଦୁଇ ସାଙ୍ଗଙ୍କ ସହ ପୋଖରୀକୁ ବୁଲିବାକୁ ଯାଇଥିଲେ। ଗାଧୋଇବା ବେଳେ ବିଶ୍ବରଞ୍ଜନ ପୋଖରୀରେ ବୁଡ଼ି ଯାଇଥିଲେ।

ତାଙ୍କୁ ଉଦ୍ଧାର କରିବାକୁ ଯାଇ ଦୁଇ ସାଙ୍ଗ ବିଫଳ ହେବା ପରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ମାନେ ଦୀର୍ଘ ସମୟ ପରେ ଅଚେତ ଅବସ୍ଥାରେ ବିଶ୍ବରଞ୍ଜନଙ୍କୁ ଉଦ୍ଧାର କରି ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ନାବାଳଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.