Below header

ବାପା ନ ଡାକିବାରୁ ଦେଢ଼ ବର୍ଷର ଶିଶୁକୁ ସିଗାରେଟ୍‌ ଚେଙ୍କ ଦେଲେ କନେଷ୍ଟବଳ, ଅଭିଯୋଗ ପରେ ଗିରଫ

ରାୟପୁର : ଜଣେ ପୋଲିସ କନେଷ୍ଟବଳ ଏକ ଦେଢ଼ ବର୍ଷର ଶିଶୁକୁ ସିଗାରେଟ ଚେଙ୍କ ଦେଇ ଗିରଫ ହୋଇଛନ୍ତି । ଦେଢ଼ ବର୍ଷ ଶିଶୁର ଅପରାଧ ଥିଲା ଯେ ସେ ତାକୁ ବାପା ବୋଲି ଡାକି ପାରି ନଥିଲା । ଶିଶୁର ମା’ଙ୍କ ଅଭିଯୋଗ ପରେ ଅଭିଯୁକ୍ତ କନେଷ୍ଟବଳ ଗିରଫ ହୋଇଥିବା ଜଣାଯାଇଛି । ଏମିତି ଘଟଣା ଘଟିଛି ଛତିଶଗଡର ବାଲୁଦ ଜିଲ୍ଲାରେ ।

ସୂଚନାନୁଯାୟୀ, ଅବିନାଶ ରାୟ ନାମକ ଜଣେ ପୋଲିସ କନେଷ୍ଟବଳ ପୂର୍ବରୁ ବାଲୁଦ ପୋଲିସ୍‌ ଷ୍ଟେସନ ଅଧୀନରେ ପୋଷ୍ଟିଂ ହୋଇଥିଲେ । ସେତେବେଳେ ସେ ଉକ୍ତ ମହିଳା(ପୀଡିତା)ଙ୍କ ଘରେ ରହିଆସୁଥିଲେ ଓ ମହିଳାଙ୍କୁ କିଛି ଟଙ୍କା ଉଧାର ଦେଇଥିଲେ । ମହିଳାଙ୍କ ସ୍ୱାମୀ ନାଗପୁରରେ କାମ କରନ୍ତି । ମାସକ ତଳେ ତାଙ୍କର ବଦଳି ଦୁର୍ଗକୁ ହୋଇଥିଲା ।

କନେଷ୍ଟବଳ ମାସକ ପରେ ଉକ୍ତ ମହିଳାଙ୍କୁ ଟଙ୍କା ମାଗିବାକୁ ଯାଇ ତାଙ୍କ ଘରେ ରହିଥିଲେ । ଉକ୍ତ କନେଷ୍ଟବଳ ଜଣଙ୍କ ମହିଳାଙ୍କ ଦେଢ଼ ବର୍ଷର ପୁଅକୁ ବାପା ଡାକିବାକୁ ବାରମ୍ବାର କହିଥିଲେ । ହେଲେ ସାନ ପିଲାଟି କିଛି ନକହି ନିରବ ରହିଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ କନେଷ୍ଟବଳ ଶିଶୁର ମୁହଁ ଓ ଦେହରେ ସିଗାରେଟର ଚେଙ୍କ ଲଗାଇଥିଲେ ।

ମହିଳା ଏହାକୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଗାଳି ଗୁଲଜ କରିବା ସହ ମାଡ଼ ମାରି ଫେରାର୍‌ ହୋଇ ଯାଇଥିଲେ । ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ଉକ୍ତ କନେଷ୍ଟବଳଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.