କନ୍ଧମାଳ ପରେ କଳାହାଣ୍ଡି ଯାଇ ମାଓ ସ୍ଥିତିର ସମୀକ୍ଷା କଲେ ଡିଜି ଅଭୟ

କଳାହାଣ୍ଡି: କନ୍ଧମାଳ ପରେ କଳାହାଣ୍ଡି । ଡିଜି ଅଭୟ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯାଇ ମାଓ ସ୍ଥିତିର ସମୀକ୍ଷା କରିଛନ୍ତି । ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଗୁରୁତ୍ୱ ଦେଇଛନ୍ତି । ସମୀକ୍ଷା ବୈଠକରେ ସିଆରପିଏଫ ସ୍ୱତନ୍ତ୍ର ଡିଜି ଓ କଳାହାଣ୍ଡି ଏସ୍‌ପି ସାମିଲ ହୋଇଥିଲେ । ଏହାପୂର୍ବରୁ କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ପୋଲିସ ଡିଜି ଅଭୟ ଖମନଖୋଲ ସିଆରପିଏଫ କ୍ୟାମ୍ପ ବୁଲିଛନ୍ତି ।

ତାଙ୍କ ସହ ସିଆରପିଏଫ ସ୍ୱତନ୍ତ୍ର ଡିଜି କୁଲଦୀପ ସିଂ, ଗୁଇନ୍ଦା ନିର୍ଦ୍ଦେଶକ ଆର.କେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ସିଆରିପିଏଫ ଆଇଜି ଏସ. କେ ମହାନ୍ତି ମଧ୍ୟ ଗସ୍ତରେ ସାମିଲ ହୋଇଥିଲେ । ସୈନିକ ସମ୍ମିଳନୀରେ ଯୋଗ ଦେଇ ମାଓ ଗତିବିଧି ଉପରେ ଆଲୋଚନା କରିଥିଲେ । ମାଓ ମୁକାବିଲା ନେଇ ସିଆରପିଏଫ ଓ ଓଡ଼ିଶା ପୋଲିସ ମିଳିତ ଅପରେସନ ଜାରି ରହିଛି ବୋଲି ଡିଜି ଟୁଇଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.