Below header

ଖୁବ୍‌ଶୀଘ୍ର ଘୋଷଣା ହେବ ଜେଇଇ ମେନ୍‌ ୨୦୨୧ ପରୀକ୍ଷା ତାରିଖ, ସିଲାବସ୍‌ କମାଇବା ପାଇଁ ଏଯାଏଁ ମିଳିଲାନି ଗ୍ରୀନ୍‌ ସିଗନାଲ

ଜେଇଇ ପାଇଁ ଖୁବ୍‌ଶୀଘ୍ର ତାରିଖ ଘୋଷଣା କରିବ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA)। ପ୍ରତିବର୍ଷ ଜାନୁୟାରୀ ଓ ଏପ୍ରିଲ ମାସରେ ଦୁଇଥର ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥାଏ। jeemain.nta.nic.in  ୱେବ୍‌ସାଇଟ୍‌କୁ ଯାଇ ଆପଣ ପରୀକ୍ଷା ବିଷୟରେ ସମସ୍ତ ସୂଚନା ପାଇପାରିବେ।

ଗତବର୍ଷ ପରିସ୍ଥିତି ସ୍ୱାଭାବିକ ଥିବାରୁ ଏନ୍‌ଟିଏ ଏହି ସମୟ ବେଳକୁ ଜେଇଇ ମେନ୍‌ର ରେଜିଷ୍ଟ୍ରେସନ୍‌ କରାଇସାରିଥିଲା। ମାତ୍ର ଚଳିତବର୍ଷ କରୋନା ମହାମାରୀ ଯୋଗୁ ଜାନୁଆରୀ ସେସନ୍‌ର ରେଜିଷ୍ଟ୍ରେସନ୍‌ ସେପ୍ଟେମ୍ବରରେ ଅନୁଷ୍ଠିତ ହୋଇଛି। ଏପ୍ରିଲ ମାସର ପରୀକ୍ଷା ସେପ୍ଟେମ୍ବରରେ ଅନୁଷ୍ଠିତ ହୋଇଥିଲେ ମଧ୍ୟ ମାତ୍ର ୫ ଦିନରେ ରେକର୍ଡ କରି ଏନ୍‌ଟିଏ ପରୀକ୍ଷା ଫଳ ପ୍ରକାଶିତ କରିଥିଲା।

କରୋନା ଯୋଗୁ ପିଲାଙ୍କ କୋର୍ସ ଠିକ୍‌ ସମୟରେ ଆରମ୍ଭ ହୋଇନଥିବାରୁ ସିଲାବସ୍‌ କମାଇବାକୁ ଚର୍ଚ୍ଚା ହେଉଥିଲା। ମାତ୍ର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସ କିମ୍ବା ଶିକ୍ଷା ବିଭାଗ ଏବେ ଯାଏଁ ସିଲାବସ୍‌ କମାଇବାକୁ ନେଇ କୌଣସି ସୂଚନା ଦେଇନାହାନ୍ତି। ଏଣୁ ଜେଇଇ ମେନ୍‌ ଓ ନିଟ୍‌ ପରୀକ୍ଷା ପୂର୍ବଭଳି ସିଲାବସ୍‌ ଅନୁସାରେ ହେବ ବୋଲି ଜଣାଯାଇଛି। ତେବେ JEE Main ୨୦୨୧ ପାଇଁ ଖୁବ୍‌ଶୀଘ୍ର ତାରିଖ ଘୋଷଣା ହେବ ବୋଲି ଏନ୍‌ଟିଏ ତରଫରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.