ସାରୁଅ ଜମି କିଣାବିକା ମାମଲା: ଓଡ଼ିଶା ଇନଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକଙ୍କୁ ଗିରଫ କଲା କ୍ରାଇମ ବ୍ରାଞ୍ଚ

ଖୋର୍ଦ୍ଧା : ଓଡ଼ିଶା ଇନଫ୍ରାଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଅନ୍ୟତମ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗିରଫ କରିଛି କ୍ରାଇମ୍‌ ବ୍ରାଞ୍ଚ୍‌ । ସାରୁଅରେ ଜଣେ ଅନୁସୂଚୀତ ଜାତିର ବ୍ୟକ୍ତିଙ୍କ ଠାରୁ ବେଆଇନ୍‌ ଭାବେ ଜମି କିଣାଯାଇଥିବା ମାମଲାରେ ତାଙ୍କ ସଂପୃକ୍ତିକୁ ନେଇ ପୂର୍ବରୁ କ୍ରାଇମ୍‌ ବ୍ରାଞ୍ଚ ତାଙ୍କୁ ପଚରା ଉଚରା କରିବା ପରେ ଆଜି ଗିରଫ କରିଛି । ଆଜି ତାଙ୍କୁ  କ୍ରାଇମବ୍ରାଞ୍ଚ EOW ଅଫିସରେ ପଚରାଉଚରା କରୁଥିବା ସୂଚନା ମିଳିଥିଲା ।

ପୂର୍ବରୁ ଜମି କିଣାବିକା ମାମଲାରେ କ୍ରାଇମବ୍ରାଞ୍ଚ ଓଟିଭି କାର୍ଯ୍ୟାଳୟରେ ପଚରା ଉଚରା କରିଥିଲା । ସାରୁଅ ଜମି କିଣାବିକା ନେଇ ବାଘମାରୀ ଥାନାରେ ମାମଲା ହୋଇଥିଲା । ଏହାପରେ କ୍ରାଇମବ୍ରାଞ୍ଚକୁ ମାମଲା ହସ୍ତାନ୍ତର ହୋଇଥିଲା । ସାରୁଅ ଯାଇ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.