ଆଜି ଭୁବନେଶ୍ଵର ୮୩ ଜଣ କରୋନା ପଜିଟିଭ ଚିହ୍ନଟ, ୨୦୧ ଜଣ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଆଜି ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୨୦ ଜଣ କ୍ବାରେଣ୍ଟାଇନରୁ ଓ ୬୩ ଜଣ ଲୋକାଲ କଣ୍ଟାକ୍ଟ କେସରୁ ଅଛନ୍ତି। ସେହିଭଳି ଆଜି ଆଜି ୨୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି।

Image

ସୂଚନା ଅନୁସାରେ କ୍ବାରେଣ୍ଟାଇନରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ପଟିଆରୁ ୩ ଜଣ, ପୁରୁଣା ଭୁବନେଶ୍ୱର, ଆଇଆରସି ଭିଲେଜ, ବଡ଼ଗଡ଼ରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Image

ଲୋକାଲ କଣ୍ଟାକ୍ଟ କେସରୁ ଯୋଗୁଁ ଆଜି ଲକ୍ଷ୍ମୀସାଗରରୁ ୫ ଜଣ, ପୁରୁଣା ଭୁବନେଶ୍ୱର, ବିଜେବି ନଗର, ଜାଗମରାରୁ ୪ ଜଣ ଲେଖାଏଁ, ନୟାପଲ୍ଲୀରୁ ୩ ଜଣ, ମଂଚେଶ୍ୱର, ଶୈଳଶ୍ରୀ ବିହାର, ବରମୁଣ୍ଡା, ଜୟଦେବ ବିହାର, ନିଳାଦ୍ରୀ ବିହାରରୁ ୨ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୯ ହଜାର ୨୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୭ ହଜାର ୭୪୪ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୧ ହଜାର ୩୦୪ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୬୭ ଜଣଙ୍କର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.