Below header

ଭଲ ସ୍ୱାମୀ ଖୋଜୁ ଖୋଜୁ ୧୦ ଥର ବିବାହ କଲେଣି ଏହି ମହିଳା, ଏବେ ବି ଭଲ ପାର୍ଟନର ଖୋଜିବାରେ ଅଛନ୍ତି ବ୍ୟସ୍ତ

କୁହାଯାଏ ବିବାହ ସ୍ୱର୍ଗରେ ତିଆରି ହୋଇଥାଏ । ତେଣୁ ବିବାହକୁ ଇଶ୍ୱରଙ୍କ ଦାନ ବୋଲି ଭାବି, ଭଲ ହେଉ ବା ମନ୍ଦ ଗ୍ରହଣ କରି ନିଆଯାଇଥାଏ । ହେଲେ ଅନେକ ନିଜର ପାର୍ଟନର ସବୁଠୁ ଭଲ ହୋଇଥାନ୍ତୁ ଚାର୍ହିଥାନ୍ତି । ଏପରି ଭଲ ପାର୍ଟନର ଖୋଜିବାରେ ଜଣେ ମହିଳା ୧୦ ଥର ବିବାହ କରିସାରିଲେଣି । ତଥାପି ତାଙ୍କର ମନ ବୁଝୁନାହିଁ ।

kesi

ଏବେ ବି ସେ ତଲାସରେ ଅଛନ୍ତି ଆଉ ଜଣେ ଭଲ ପାର୍ଟନରଙ୍କର । ତାଙ୍କର ଏଥିପାଇଁ ତିଳେମାତ୍ର ଅନୁଶୋଚନା ନାହିଁ । ସେ କେତେ ଜଣ ବିବାହ କଲେ ବା ଭବିଷ୍ୟତରେ ଆଉ କେତେ ଜଣଙ୍କୁ ବିବାହ କରିବେ । କେଶୀ ନାମକ ଏହି ମହିଳା ଆମେରିକାର ନ୍ୟୁୟର୍କ ସହରରେ ରୁହନ୍ତି । ଭଲ ସ୍ୱାମୀର ତଲାସରେ କେଶୀ ଏପର୍ଯ୍ୟନ୍ତ ୧୦ ଜଣ ସ୍ୱାମୀଙ୍କୁ ଛାଡପତ୍ର ଦେଇ ସାରିଲେଣି ।

kesi-2

ତଥାପି ତାଙ୍କର ତଲାସ ଜାରି ରହିଛି । ଏହି ଖବର ସେ ନିଜେ ନିକଟରେ ଆମେରିକାର ଏକ ଟିଭି ଶୋ’ରେ କହିଛନ୍ତି । ୫୬ ବର୍ଷିୟା କେସୀ ଏବେ ତାଙ୍କର ୧୧ ତମ ସ୍ୱାମୀଙ୍କ ତଲାସରେ ଅଛନ୍ତି । କେସୀ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ସବୁଠୁ ଲମ୍ବା ବିବାହ ୮ ବର୍ଷ ଯାଏ ତିଷ୍ଟି ରହିଥିବା ବେଳେ ସବୁଠୁ କମ୍‌ ବିବାହ ୬ ମାସ ଯାଏ ତିଷ୍ଟି ରହିଛି ।

kesi-3

ତେବେ ୧୦ ଟି ବିବାହ କରି ସେ ଆଦୈା ଗର୍ବ ଅନୁଭବ କରନ୍ତି ନାହିଁ । ପରିସ୍ଥତି ତାଙ୍କୁ ବାଧ୍ୟ କରେ ଏପରି କରିବାକୁ । କାରଣ ସେ କାହା ସହ ଛଳନାରେ ବଞ୍ଚି ପାରନ୍ତି ନାହିଁ ବୋଲି ଖୋଲାଖୋଲି କହିଛନ୍ତି କେସୀ ।

ଏଥିପାଇଁ ସେ ତାଙ୍କର ପାର୍ଟନରଙ୍କୁ ଖୋଲାଖୋଲି କହିଦିଅନ୍ତି ଯେ ତାଙ୍କୁ ତଲାକ୍‌ ଦରକାର । କାରଣ ସେ ତାଙ୍କ ସହ ଖୁସି ନାହାଁନ୍ତି ବୋଲି । କେସୀ ତାଙ୍କର ଏହି ବ୍ୟକ୍ତିଗତ ଜୀବନ ସମ୍ପର୍କରେ ସେୟାର କରି ଆଦୈା ଲଜ୍ଜା ଅନୁଭବ କରନ୍ତି ନାହିଁ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.