Below header

ଚଟାଣରେ ପୁଅ ଉପରେ ଝୁଲୁଛି ମା, ବନ୍ଦ ଘରୁ ମା ଓ ପୁଅଙ୍କର ଗଳିତ ଶବ ଉଦ୍ଧାର

ଉମରକୋଟ : ରୋଗିଣା ପୁଅକୁ ଅର୍ଥ ଅଭାବରୁ ଚିକିତ୍ସା କରାଇ ପାରିଲେ ନାହିଁ । ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କଲେ ପୁଅ । ତେବେ ପୁଅର ମୃତ୍ୟୁରେ ମିୟମ୍ରାଣ ହୋଇ ଆଜି ମା ମଧ୍ୟ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କଲେ । ଏହି ପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଜାମଦୋରା ଗ୍ରାମରେ । ମା ଓ ପୁଅର ଶବ ଘର ଭିତରୁ ଠାବ କରାଯାଇଛି ।

ମା ସାଇବେଣି ହରିଜନ (୬୫)ଙ୍କ ଶବ ଘର ଭିତରେ ଝୁଲନ୍ତା ଅବସ୍ଥାରେ ଥିବାବେଳେ ପୁଅ ତୁଳସୀ ରାମ ହରିଜନ (୪୫) ଙ୍କ ଶବ ଘର ଭିତରେ ଚଟାଣ ରେ ପଡି ରହିଛି । ଏହି ସମ୍ପର୍କରେ ରାଇଘର ଥାନାରେ ଜଣାଇବା ପରେ ରାଇଘର ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଉଭୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ କରୁଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଦୀର୍ଘ ଦିନ ହେଲା ତୁଳସୀ ରାମଙ୍କ ଶରୀର ଅସୁସ୍ଥ ଥିଲା ଓ ପାରିବାରିକ ସମସ୍ୟା ଲାଗି ରହିଥିଲା । ତେବେ ପୁଅର ମୃତ୍ୟୁ ପରେ ମା ଆତ୍ମହତ୍ୟା କରିଛନ୍ତି ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.