Below header

ଝିଅ ପାଇଁ ଯୋଗ୍ଯ ବରପାତ୍ର ଖୋଜୁଛନ୍ତି ଛତିଶଗଡ ମୁଖ୍ଯମନ୍ତ୍ରୀ, ସାର୍ବଜନୀନ କାର୍ଯ୍ଯକ୍ରମରେ କଲେ ଘୋଷଣା

ରାୟପୁର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ନିଜ ଝିଅ ପାଇଁ ଯୋଗ୍ୟ ପାତ୍ର ଖୋଜୁଛନ୍ତି। ଏକ ସାର୍ବଜନିକ କାର୍ଯ୍ୟକ୍ରମରେ ଏକଥା ଘୋଷଣା କରି ଜନତାଙ୍କୁ ଏ ସମ୍ପର୍କରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ପାଳିତ କନ୍ୟା ତଥା କସଡୋଲ କଂଗ୍ରେସ ବିଧାୟିକା ଶକୁନ୍ତଳା ସାହୁଙ୍କ ପାଇଁ ଯୋଗ୍ୟ ପାତ୍ର ଖୋଜୁଛନ୍ତି ବୋଲି କହିଛନ୍ତି। ରବିବାର ଦିନ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମହାସମୁନ୍ଦରେ ସାହୁ ସମାଜ ଦ୍ୱାରା ଆୟୋଜିତ ଯୁବକ ଯୁବତୀ ପରିଚୟ ସମ୍ମିଳନୀରେ ସାମିଲ ହୋଇଥିଲେ। ସେଠାରେ ସମ୍ବୋଧନ ସମୟରେ ବିଧାୟିକା ଶକୁନ୍ତଳା ସାହୁଙ୍କ ପାଇଁ ଯୋଗ୍ୟ ବର ଖୋଜୁଛନ୍ତି ବୋଲି କହିଥିଲେ। ମୁଖ୍ଯମନ୍ତ୍ରୀ ମଜାକିଆ ଅନ୍ଦାଜରେ ଏହିଭଳି କହିଥିଲେ।

ମହାସମୁନ୍ଦରେ ମୁଖ୍ୟମନ୍ତ୍ରୀ ବିଭାଗୀୟ ସ୍ତରୀୟ ସାହୁ ସମାଜର ଯୁବକ-ଯୁବତୀ ପରିଚୟ ସମ୍ମିଳନୀ, ପତ୍ରିକା ଉନ୍ମୋଚନ ଓ ଅଳଙ୍କାର ସମାରୋହରେ ସାମିଲ ହେବାକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ୩ଟି ପୁସ୍ତକ ଉନ୍ମୋଚନ କରିଥିଲେ। ଏଥିରେ ସାହୁ ସମାଜର ‘ନନି ବାବୁ ପରିଚୟ ପୁସ୍ତକ’, ସିରପୁର ‘ଐତିହାସିକ ସ୍ମାରକୀ’ ଓ ‘ଆମ ପୋଲିସ ଆମେ ସାଙ୍ଗେ’ ସାମିଲ ଅଛି। ସେଠାରେ ସାହୁ ସମାଜର ଦାବି ଅନୁସାରେ ସଭାରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ରାୟପୁରର ୫ଟି ଜିଲ୍ଲାରେ ସାମାଜିକ ଭବନ ପାଇଁ ୨୦-୨୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହାସହ ଆଗାମୀ ସମୟରେ ତେଲଘାନି ବୋର୍ଡ ନିର୍ମାଣ କଥା ମଧ୍ୟ କହିଥିଲେ ମୁଖ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.