ଟାଇଗର ଶ୍ରଫଙ୍କ ନୂଆ ଗୀତରେ ଧମାକେଦାର ଡ୍ଯାନ୍ସ କଲେ ଦିଶା ପଟାନୀ, ଭିଡିଓ ଭାଇରଲ

ବଲିଉଡର ହଟ୍ ଏବଂ ଲୋକପ୍ରିୟ ଅଭିନେତ୍ରୀ ଦିଶା ପଟାନୀଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯେଉଁଥିରେ ସେ ଟାଇଗର ଶ୍ରଫଙ୍କ ନୂଆ ଗୀତ ‘ କାସନୋଭା ’ରେ ନାଚୁଥିବା ନଜର ଆସିଛନ୍ତି। ଫ୍ଯାନଙ୍କୁ ଦିଶାଙ୍କ ଏହି ଅନ୍ଦାଜ ବେଶ ପସନ୍ଦ ଆସୁଛି।

ସୂଚନାଯୋଗ୍ଯ, ‘ କାସନୋଭା ’ରେ ଟାଇଗର ନିଜର ଡ୍ଯାନ୍ସିଂ ଅବତାରରେ ନଜର ଆସିବେ। ନିଜର ଅବିଶ୍ବସନୀୟ ଡ୍ଯାନ୍ସ ମୁଭ ସହିତ ପୁଣି ଥରେ ଦର୍ଶକଙ୍କ ମନରେ ରାଜ୍ କରିବେ। ଏହା ଏକ ଅଫବିଟ୍ ଗୀତ, ଯାହାକୁ ଆପଣ ଶୁଣିଲେ ମଧ୍ୟ ଡ୍ଯାନ୍ସ କରିବାକୁ ଲାଗିବେ। ଏହି ଗୀତରେ କେବଳ ଦିଶା ନୁହେଁ, ଅନେକ ଲୋକ ଡ୍ଯାନ୍ସ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି।

ଦିଶାଙ୍କ ଅପକମିଂ ମୁଭି ‘ରାଧେ: ୟେ ମୋଷ୍ଟ ୱାଣ୍ଟେଡ ଭାଇ’ ରହିଛି। ଯେଉଁଥିପାଇଁ ବ୍ଯସ୍ତ ରହିଛନ୍ତି ଦିଶା। ଏହି ଫିଲ୍ମରେ ଦିଶାଙ୍କ ବଡ ଭାଇ ଭୂମିକାରେ ଟାଇଗରଙ୍କ ପିତା ଜ୍ଯାକି ଶ୍ରଫ ନଜର ଆସିବେ।

video courtesy : Tiger Shroff

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.