ପାକିସ୍ତାନରେ ସରକାର ବିରୋଧୀ ବିକ୍ଷୋଭ, ଲୋକଙ୍କ ହାତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର

ପାକିସ୍ତାନର ସିନ୍ଧରେ ସିନ୍ଧିମାନଙ୍କ ବିରୋଧ ପ୍ରଦର୍ଶନ ବଢ଼ିବାରେ ଲାଗିଛି। ବର୍ଷ ବର୍ଷ ଧରି ଅଲଗା ଦେଶ ଦାବି କରିଆସୁଥିବା ସିନ୍ଧିମାନେ ଏବେ ପାକିସ୍ତାନର ପଡ଼ୋଶୀ ଦେଶମାନଙ୍କଠାରୁ ସାହାଯ୍ୟ ନିବେଦନ କରିଛନ୍ତି। ଆଧୁନିକ ସିନ୍ଧି ରାଷ୍ଟ୍ରବାଦର ସଂସ୍ଥାପକମାନଙ୍କ ମଧ୍ୟରୁ ଜଣେ, ଜିଏମ୍‌ ସୈୟଦଙ୍କ ୧୧୭ଶ ଜୟନ୍ତୀ ଅବସରରେ ସ୍ୱାଧୀନତା ସମର୍ଥକଙ୍କର ଏକ ବିଶାଳ ଶୋଭାଯାତ୍ରା ରବିବାର ଆୟୋଜିତ ହୋଇଥିଲା। ଏଥିରେ ପ୍ରଦର୍ଶନକାରୀ ସିନ୍ଧୁଦେଶର ସ୍ୱତନ୍ତ୍ରତା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ବିଶ୍ୱ ନେତାମାନଙ୍କର ପୋଷ୍ଟର ହାତରେ ଧରିଥିବାର ନଜର ଆସିଥିଲେ।

ତେବେ ଏହି ର‍୍ୟାଲିରେ କିଛି ଲୋକ ଦାବି କରିଥିଲେ ଯେ ‘ସିନ୍ଧ’ ସିନ୍ଧୁ ଘାଟି ସଭ୍ୟତା ଏବଂ ବୈଦିକ ଧର୍ମର ଘର, ଯାହାକୁ ବ୍ରିଟିଶ ସାମ୍ରାଜ୍ୟ ଦ୍ୱାରା ବେଆଇନ ଭାବେ କବ୍‌ଜା କରି ନିଆଯାଇଥିଲା ଏବଂ ତାଙ୍କ ଦ୍ୱାରା ୧୯୪୭ରେ ପାକିସ୍ତାନର ଇସ୍‌ଲାମୀମାନଙ୍କ ହାତକୁ ଟେକି ଦିଆଯାଇଥିଲା। ଜେଇ ସିନ୍ଧ ମୁତ୍ତହିଦା ମହାଜର ଅଧ୍ୟକ୍ଷ ଶଫି ମୁହମ୍ମଦ ବୁରଫାତ କହିଛନ୍ତି, ସିନ୍ଧର ଲୋକେ ପାକିସ୍ତାନର ଆତଙ୍କବାଦୀ ରାଜ୍ୟର ଅତ୍ୟାଚାରୀ ଗୋଲାମିରେ ରହୁବାକୁ ଚାହୁଁ ନାହାନ୍ତି। ଏଥିପାଇଁ ଆମେ ପୂରା ଅନ୍ତର୍ଜାତୀୟ ସମୁଦାୟକୁ ଅପିଲ କରୁଛି କି, ଫାସୀବାଦୀରୁ ରାଷ୍ଟ୍ରୀୟ ସ୍ୱତନ୍ତ୍ରତା ପାଇଁ ଆମକୁ ଆଗକୁ ବଢ଼ିବାରେ ସମର୍ଥନ କରନ୍ତୁ। ପାକିସ୍ତାନର ଗଣତାନ୍ତ୍ରିକ ଇସ୍‌ଲାମିକ୍‌ ଆତଙ୍କବାଦୀ ରାଜ୍ୟ। ଆମକୁ ଏଥିରୁ ମୁକ୍ତି ମିଳୁ’।

ସୂଚନାଥାଉ କି, ସିନ୍ଧୁଦେଶ, ସିନ୍ଧିମାନଙ୍କ ପାଇଁ ଏକ ଅଲଗା ମାତୃଭୂମି ହେବାକୁ ଦାବି ହେଉଛି। ଏହା ୧୯୬୭ରେ ଜିଏମ୍‌ ସୈୟଦ ଓ ପୀର ଅଲ୍ଲୀ ମହମ୍ମଦଙ୍କ ନେତୃତ୍ୱରେ ସାମ୍ନାକୁ ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.