Below header

IRCTC Rupay SBI cardରେ ରେଳ ଟିକେଟ୍‌ ବୁକ୍‌ କରି ପାଆନ୍ତୁ ୧୦% ଭ୍ୟାଲୁବ୍ୟାକ୍‌, ଜାଣନ୍ତୁ ଏହି କାର୍ଡର ଅନ୍ୟ ଫିଚର୍ସ

ଯଦି ଆପଣ ଟ୍ରେନରେ ଅଧିକ ଯାତ୍ରା କରୁଛନ୍ତି ତାହେଲେ IRCTC Rupay SBI card ଆପଣଙ୍କ ପାଇଁ ଫାଇଦାପୂର୍ଣ୍ଣ ପ୍ରମାଣିତ ହୋଇପାରେ। ଏହି କାର୍ଡରେ ରେଳ ଟିକେଟ ବୁକିଙ୍ଗ୍‌ କରିବା ଦ୍ୱାରା ଆପଣଙ୍କୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଭାଲ୍ୟୁବ୍ୟାକ୍‌ ମିଳିଥାଏ। ଏହି କ୍ରେଡିଟ୍‌ କାର୍ଡକୁ ଏସବିଆଇ କାର୍ଡ ଇଣ୍ଡିଆନ୍‌ ରେଳ କ୍ୟାଟରିଙ୍ଗ ଆଣ୍ଡ ଟୁରିଜିମ୍‌ କର୍ପୋରେସନ୍‌ ଲିମିଟେଡ ସହିତ ମିଶି ଗତ ବର୍ଷ ମାର୍କେରେ ଲଞ୍ଚ କରିଥିଲା।

ଏହି କାର୍ଡ ଏନଏଫସି ଟେକ୍ନୋଲୋଜୀରେ ଲେସ୍‌ ଏବଂ ଏହାଦ୍ୱାରା ଗ୍ରାହକଙ୍କୁ ‘ଟ୍ୟାପ୍‌ ଆଣ୍ଡ ପେ’ ସୁବିଧା ମଧ୍ୟ ମିଳିଥାଏ। ଏହି କାର୍ଡ ଜରିଆରେ ପେମେଣ୍ଟ କରିବା ଦ୍ୱାରା ୧ ପ୍ରତିଶତର ସରଚାର୍ଜ ଲାଗିବନାହିଁ। ଏହି କାର୍ଡର ବାର୍ଷିକ ଫି ୫୦୦ ଟଙ୍କା କିନ୍ତୁ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ କାର୍ଡ ଆପ୍ଲାଏ କଲେ କୌଣସି ଫି ଲାଗିବନାହିଁ।

ଏବେ ଆସନ୍ତୁ ଜାଣିବା କାର୍ଡର ଫିଚର୍ସ

  1. ଏହି କାର୍ଡ ଜରିଆରେ ଆଇଆରସିଟିସିର ୱେବସାଇଟ irctc.co.in ରେ ବୁକିଙ୍ଗ୍‌ କରିବା ଦ୍ୱାରା ଏସି-୧, ଏସି-୨, ଏସି-୩ ଏବଂ ଏସି-ସିସି ପାଇଁ ଟିକେଟ ବୁକିଂ ଉପରେ ରିଓ୍ଵାର୍ଡ ପଏଣ୍ଟ ରୂପରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଭେଲ୍ୟୁବ୍ୟାକ୍‌ ମିଳିଥାଏ।
  2. ଏହି କାର୍ଡ ଜରିଆରେ ଆଇଆସିଟିସି ୱେବସାଇଟ irctc.co.in ଜରିଆରେ ଟିକେଟ ବୁକ୍‌ କରିବା ଦ୍ୱାରା ୧ ପ୍ରତିଶତ ଟ୍ରାନଜାକସନ୍‌ ଚାର୍ଜ ଦେବାକୁ ପଡିବନାହିଁ।
  3. ୱେଲକମ୍‌ ଅଫର ରୂପରେ ୩୫୦ ବୋନସ୍‌ ପଏଣ୍ଟ ମିଳିବ।
  4. ଇ-କମର୍ସ ସାଇଟ ଯଥା BigBasket, OXXY, foodfortravel.in, Ajioରେ ରିହାତି ମିଳିବ।
  5. ମାଗଣା ଟିକେଟ ବୁକିଂ କରିବା ପାଇଁ ଆଇଆସିଟିସି ୱେବସାଇଟରେ ରିଓ୍ଵାଡ ପଏଣ୍ଟକୁ ୟୁଜ୍‌ କରିପାରିବେ।
  6. ପେଟ୍ରୋଲ ପମ୍ପରେ ୫୦୦ ଟଙ୍କାରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ତେଲ କିଣି ଏହି କାର୍ଡରେ ପେମେଣ୍ଟ କରିବା ଦ୍ୱାରା ୧ ପ୍ରତିଶତ ଫ୍ୟୁଲ୍‌ ସରଚାର୍ଜ ଦେବାକୁ ହେବନାହିଁ।
  7. ଏହି କ୍ରେଡିଟ୍‌ କାର୍ଡର ଆନୁଆଲ୍‌ ଫି ୪୯୯ ଟଙ୍କା ରହିଥିବାବେଳେ ଏହାକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଛାଡ କରାଯାଇଛି।
  8. ଏହି କ୍ରେଡିଟ୍‌ କାର୍ଡର ରିନୁଆଲ୍‌ ଫି ୩୦୦ ଟଙ୍କା।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.