Below header

ଢେଙ୍କାନାଳ: ଗୁହାରୀ ଶୁଣିଲାନି ପ୍ରଶାସନ, ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶୋଇଥିବା ବେଳେ ବାପ ଝିଅକୁ ଉଠାଇନେଲା ପୋଲିସ୍

ଢେଙ୍କାନାଳ(କେନ୍ୟୁଜ୍):  ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶୋଇଥିଲେ ବାପ ଝିଅ । ଉଠାଇନେଲା ପୋଲିସ୍‌ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳରେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଉଭୟଙ୍କୁ ଉଠାଇ ନେଇ ଟାଉନ ଥାନାରେ ଅଟକ ରଖିଥିବା ଜଣା ପଡିଛି । ଘରଡିହ ଜମିକୁ ନେଇ ଗାଁର କିଛି ଲୋକ ବାରମ୍ବାର ଗଣ୍ଡଗୋଳ କରୁଥିବା ଅଭିଯୋଗ କରିଛନ୍ତି ପରଜଙ୍ଗ ଥାନା ସରବେରେଣୀର ରବି ବେହେରା ।

ଏନେଇ ପରଜଙ୍ଗ ପୋଲିସ ଓ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ । ଏପରିକି ବାରମ୍ବାର ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ଗୁହାରି କରି ମଧ୍ୟ ନିରାଶ ହୋଇ ଫେରିଥିଲେ । ଫଳରେ ନ୍ୟାୟ ପାଇଁ ଝିଅ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ବାରଣ୍ଡାରେ ଶୋଇଥିଲେ ରବି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.