Below header

ଇଡିରେ ହାଜର ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ୩୦ ମିନିଟ୍‌ରୁ ଅଧିକ ସମୟ ଧରି ୫ ଜଣିଆ ଟିମ୍‌ କରୁଛି ପଚରାଉଚରା

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ନ୍ୟାସନାଲ ହେରାଲ୍ଡ ମାମଲାରେ ତାଙ୍କୁ ପଚରାଉଚରା କରାଯାଉଛି । ଇଡିର ଜଣେ ମହିଳା ଅଧିକାରୀଙ୍କ ନେତୃତ୍ୱରେ ୩୦ ମିନିଟ୍‌ରୁ ଅଧିକ ସମୟ ଧରି ୫ ଜଣିଆ ଟିମ୍‌ ପଚରାଉଚରା ଚଳାଇଛନ୍ତି । ପୂର୍ବରୁ ତାଙ୍କୁ ସମନ୍‌ ହୋଇଥିଲା । ତେବେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ସମୟ ଦେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଇଡିର ସମନକୁ ଦେଶବ୍ୟାପୀ ବିରୋଧ କରୁଛି କଂଗ୍ରେସ । ଆଜି ପାର୍ଲାମେଣ୍ଟ ଭବନରେ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ବ୍ୟାନର ଓ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଛନ୍ତି କଂଗ୍ରେସ ସାଂସଦ । ସେହିପରି ରାଜଧାନୀ ଦିଲ୍ଲୀ ସମେତ ଅନ୍ୟ ରାଜ୍ୟରେ ମଧ୍ୟ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଛି । କୋଭିଡରେ ପୀଡ଼ିତ ହେବା ପରେ ସୋନିଆ ଗାନ୍ଧିଙ୍କୁ ୪ ସପ୍ତାହ ସମୟ ଦିଆଯାଇଥିଲା । ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ମାରାଥନ୍‌ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.