Below header

ଲୁହା ନୁହେଁ ତମ୍ବାରେ ହେବ ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ, ୧୦ ହଜାର ଶୁଦ୍ଧ ତମ୍ବା ପ୍ଲେଟ କିଣିବେ ସରକାର

ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଅଗଷ୍ଟ ୫ ତାରିଖରେ ଭୂମି ପୂଜନ କାର୍ଯ୍ୟ ହେବା ପରେ ନିର୍ମାଣ କାର୍ଯ୍ୟ ଚାଲିଛି। କିନ୍ତୁ ମନ୍ଦିର ନିର୍ମାଣ ପାଇଁ କୌଣସି ଲୁହାର ବ୍ୟବହାର ନୁହେଁ ବରଂ ତମ୍ବାର ଅଧିକ ମହତ୍ତ୍ୱ ରହିବ।

ସୂଚନା ଅନୁଯାୟୀ, ତମ୍ବା ପ୍ଲେଟ୍ ସହ ପଥରକୁ ଖଞ୍ଜାଯାଇ ନିର୍ମାଣ କରାଯିବ । ରାମ ମନ୍ଦିର ନିର୍ମାଣ ସମୟରେ ଯେତେବେଳେ ଖମ୍ବ ନିର୍ମାଣ କରାଯିବ ସେତେବେଳେ ପଥରକୁ ଅନ୍ୟ ପଥର ସହିତ ଯୋଡିବା ପାଇଁ ତମ୍ବାର ବ୍ୟବହାର କରାଯିବ। ଆଉ ଏହି ତମ୍ବା ଲୋକଙ୍କ ଠାରୁ ନୁହେଁ ବରଂ ସରକାର ନିଜେ ଶୁଦ୍ଧ ତମ୍ବା କିଣି ରାମ ମନ୍ଦିରକୁ ଦେବେ। ଏହି ତମ୍ବାକୁ ପତ୍ରଭଳି ଆକାରରେ ପ୍ରସ୍ତୁତ କରାଯାଇ ଯୋଡାଯିବ।

ram

ପ୍ରାଚୀନ ତଥା ପାରମ୍ପରିକ ନିର୍ମାଣ ଶୈଳିରେ ମନ୍ଦିର ନିର୍ମାଣ କରାଯିବ । ଢ଼ାଞ୍ଚାରେ ଲାଗୁଥିବା ପ୍ଲେଟ୍ ଗୁଡିକର ଲମ୍ବା ୧୮ ଇଞ୍ଚ୍, ପ୍ରସ୍ଥ ୩୦ ମିମି ଓ ମୋଟେଇ ୩ ମିମି ରହିଥିବା ଜଣାଯାଇଛି । ରାମ ମନ୍ଦିରରେ ପାଖାପାଖି ୧୦ ହଜାର ପ୍ଲେଟ ଆବଶ୍ୟକ ପଡିବ। ଏଥିରେ ଷ୍ଟିଲ ଏବଂ ଲୁହାର ବ୍ୟବହାର ବିଲକୁଲ କରାଯିବ ନାହିଁ। ଲୁହାର ସ୍ଥାୟିତ୍ୱ ଅପେକ୍ଷା ତମ୍ବାର ସ୍ଥାୟିତ୍ୱ ଅଧିକ ଦିନ ତେଣୁ ଏପରି କରାଯିବ। ତମ୍ବାର ଦୀର୍ଘକାଳ ପର୍ଯ୍ୟନ୍ତ ରହି ପାରିବ ତେଣୁ ଏହାର ବ୍ୟବହାର କରାଯିବ। ଏଥିପାଇଁ ସରକାର ଲୋକଙ୍କ ଠାରୁ ନୁହେଁ ବରଂ ନିଜେ ଶୁଦ୍ଧ ତମ୍ବା କିଣି ଏହି ଭବ୍ୟ ମନ୍ଦିରର ନିର୍ମାଣ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.