Below header

ନିମ୍ନ ମାନର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ: ବର୍ଷେ ନ ପୁରୁଣୁ ନଷ୍ଟ ହୋଇଗଲା ପୋଲ, ଅଧାବାଟରେ ଗଳି ପଡ଼ିଲା ଇଟା ବୋଝେଇ ଟ୍ରାକ୍ଟର

ଆନନ୍ଦପୁର: ବର୍ଷେ ନ ପୁରୁଣୁ ନଷ୍ଟ ହୋଇଗଲା ପୋଲ । ଗଳି ପଡ଼ିଲା ଇଟା ବୋଝେଇ ଟ୍ରାକ୍ଟର । ଏଭଳି ଦୃଶ୍ୟ  ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଶାଳପଡା-ସରେଇଁ ରାସ୍ତା ରେ । ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ରାସ୍ତାର ଫାପୁଡିଆ ନାଳ ଉପରେ ଥିବା ପୋଲଟି ଗତବର୍ଷ ଲଗାଣ ବର୍ଷା ଯୋଗୁଁ ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା । ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ମରାମତି କରାଯାଇଥିଲା । ଆଜି ସକାଳୁ ଏକ ଇଟା ବୋଝେଇ ଟ୍ରାକ୍ଟର ସେହି ରାସ୍ତା ଦେଇ ଯାଉଥିବା ବେଳେ ପୋଲର ଉପରି ଭାଗ ହଠାତ୍ ଗଳି ପଡ଼ିଥିଲା । ଫଳରେ ଟ୍ରାକ୍ଟରଟି ଫଶି ରହିଥିଲା।

ବର୍ତମାନ ଏହି ରାସ୍ତାରେ  ୪ ଚକିଆ ଯାନ ଚଳାଚଳ ବନ୍ଦ ହୋଇଥିବା ବେଳେ ଭୟରେ ଅଛନ୍ତି ସ୍ଥାନୀୟ ବାସିନ୍ଦା । ଠିକାଦାରଙ୍କ ଏଭଳି ନିମ୍ନ ମାନର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସଂପୃକ୍ତ ଅଧିକାରୀମାନେ ଏ ସମ୍ପର୍କରେ ମୁହଁ ଖୋଲିବାକୁ ନାରାଜ । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକ ଯାତାୟତ କରୁଥିବାବେଳେ ପୋଲଟିକୁ ସଂପୂର୍ଣ୍ଣ ରୂପେ ନୂଆ କରି ନିର୍ମାଣ କରିବା ପାଇଁ ଦାବି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.