Below header

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆ ମୋଡ: CBI ତଦନ୍ତ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଦ୍ୟାଶ୍ରୀ

ଭୁବନେଶ୍ବର/କଟକ : ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆ ମୋଡ। ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ CBI ତଦନ୍ତ ଦାବି କଲେ ଆଦିତ୍ୟଙ୍କ ପରିବାର। ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ତାଙ୍କ ବାପା, ମାଆ। ବିଦ୍ୟାଶ୍ରୀ କିନ୍ତୁ ହାଇକୋର୍ଟକୁ ଏକା ଯାଇ ନାହାନ୍ତି । ସାଙ୍ଗରେ ଶାଶୁ ଓ ଶ୍ୱଶୁରଙ୍କୁ ଧରି ପହଞ୍ଚିଥିଲେ । ତିନି ଜଣଙ୍କ ତରଫରୁ ଏହି ମାମଲା ରୁଜୁ କରାଯାଇଛି । ନିରପେକ୍ଷ ତଦନ୍ତ ଦାବିରେ ଆଦିତ୍ୟଙ୍କ ପରିବାର ତରଫରୁ ଏହି ମାମଲା ରୁଜୁ କରାଯାଇଥିବା ତାଙ୍କ ଓକିଲ କହିଛନ୍ତି ।

BIDYA-1

ସେପଟେ ଭୁବନେଶ୍ୱର ଫରେନସିକ୍‌ ଲ୍ୟାବରେ ହାଜର ହୋଇଛନ୍ତି ପପୁ, ବିକାଶ ଓ ଦୀପକ। ୩ ଜଣଙ୍କର ଲାଏ ଡିଟେକସନ୍‌ ଟେଷ୍ଟ କରାଯାଉଛି। ଗତକାଲି ଭୁବନେଶ୍ୱର ଫରେନସିକ୍‌ ଲ୍ୟାବରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ୫ ଘଣ୍ଟ ଧରି ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା। କଥାରେ ତାଳମେଳ ନଥିବାରୁ କ୍ରାଇମବ୍ରାଞ୍ଚ ଟେଷ୍ଟ କରିଛି। ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ୪ ଜଣଙ୍କ ଲାଏ ଡିଟେକ୍‌ଟସନ ଟେଷ୍ଟ କରିବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଥିଲା ଫରେନ୍‌ସିକ ଲାବ ।

BIDYA-2

ଜୁଲାଇ ୭ ତାରିଖରେ ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟ ରେଳ ଧାରଣାରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପ୍ରଥମେ ଏହାର ତଦନ୍ତ ଜିଆରପି କରୁଥିଲା । ପରେ ଏହି ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ହେଲେ ଏଯାଏ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.