ଭାରତ ନ ଆସିବାକୁ ଆମେରିକା ଅଧିବାସୀଙ୍କୁ ଚେତାବନୀ ଦେଲେ ଟ୍ରମ୍ପ ସରକାର

ଭାରତକୁ ପୁଣି ଥରେ ଝଟକା ଦେଇଛି ଆମେରିକା । ଭାରତରେ ଦିନ କୁ ଦିନ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଲକ୍ଷ କରି ଆମେରିକା ତାର ଅଧିବାସୀ ମାନଙ୍କୁ ଭାରତ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି । ଖାଲି ଯେ କରୋନା ତାହା ନୁହେଁ, ଭାରତରେ ବଢ଼ିଚାଲିଥିବା ଅପରାଧ ସଂଖ୍ୟା, ଆତଙ୍କବାଦୀ ଆକ୍ରମଣ ଘଟଣା ଦିନକୁ ଦିନ ବଢିଚାଲିଥିବା କାରଣରୁ ହିଁ ଆମେରିକା ତାର ନିବାସୀ ମାନଙ୍କୁ ଯେତେଦୂର ସମ୍ଭବ ଭାରତ ଯାତ୍ରା କମ କରିବାକୁ ଚେତାବନୀ ଦେଇଛି । ପର୍ଯ୍ୟଟନ ଦୃଷ୍ଟିରୁ ବି ଭାରତକୁ ସବୁଠୁ ଖରାପ ରେଟିଙ୍ଗ ଦେଇଛି ଆମେରିକା ।ଏମିତିକି ଭାରତକୁ ସିରିୟା, ୟେମେନ, ପାକିସ୍ତାନ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଇଛି ଟ୍ରମ୍ପ ଶାସିତ ଦେଶ । ପ୍ରକୃତରେ ଟ୍ରମ୍ପ ପ୍ରଶାସନ ନିଜ ଅଧିବାସୀଙ୍କ ପାଇଁ ଏକ ଟ୍ରେବଲ ଆଡ଼ଭାଇଜାରୀ ଜାରି କରିଛନ୍ତି । ଯେଉଁଥିରେ ବିଶ୍ୱର ସମସ୍ତ ଦେଶଙ୍କୁ ଲେବଲ ୧ ରୁ ଲେବଲ ୪ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି । ପର୍ଯ୍ୟଟନ କ୍ଷେତ୍ରରେ ସବୁଠୁ ଉପଯୁକ୍ତ ଦେଶକୁ ଲେବଲ ୧ରେ ରଖାଯାଇଥିବା ବେଳେ ସର୍ବାଧିକ ଅନୁପଯୁକ୍ତ ଦେଶ ଗୁଡିକୁ ଲେବଲ ୪ରେ ଅନ୍ତର୍ଭୁକ୍ତ କରାଯାଇଛି ।

trump

ସେହି ଅନୁଯାୟୀ ଭାରତକୁ ଲେବଲ ୪ ଅନ୍ତର୍ଭୁକ୍ତ କରାଯାଇଛି । ଆମେରିକା ଦ୍ୱାରା ଜାରି ହୋଇଥିବା ଏହି ଆଡଭାଇଜାରୀକୁ ନେଇ ଇଣ୍ଡିଆନ ଟୁରୀଜମ ଆଣ୍ଡ ହସ୍ପିଟାଲିଟି ସଂଘ କ୍ଷୁବ୍ଧ ଅଛି । କେନ୍ଦ୍ର ସରକାରଙ୍କ ନିକଟରେ ସଂଘ ପକ୍ଷରୁ ଗୁହାରି କରାଯାଇଛିକି, ଏ ସମ୍ପର୍କରେ ଖୁବ ଶୀଘ୍ର ଆମେରିକା ସରକାରଙ୍କ ସହ ଆଲୋଚନା କରାଯାଉ । ଭାରତକୁ ନେଇ ସମସ୍ତ ନକାରାତ୍ମକ ଭାବନାକୁ ଦୂର କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । କେନ୍ଦ୍ର ପର୍ଯ୍ୟଟନ ବିଭାଗ ଅନୁଯାୟୀ, କରୋନା କାରଣରୁ ଦେଶର ପର୍ଯ୍ୟଟନ ଅନେକ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି । ଆମେରିକା ଦ୍ୱରା ଜାରି ହୋଇଥିବା ନକାରାତ୍ମକ ରେଟିଙ୍ଗର କୁପ୍ରଭାବ ଏହା ଉପରେ ଆହୁରି ଅଧିକ ପଡ଼ିବାର ଆଶଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.