Below header

ସାବଧାନ ! ପବନରେ ବି ସଂକ୍ରମିତ ହେଉଛି କରୋନା

କରୋନାକୁ ନେଇ ନାନା କଥା ଶୁଣାଯାଉଛି । ଏବେ ପବନରେ କରୋନା ସଂକ୍ରମଣ ହେଉଛି ବୋଲି ନୂତନ ଗବେଷଣାରୁ ଜଣାପଡ଼ିଛି । ତେଣୁ ଶୀତତାପ ନିୟନ୍ତ୍ରୀତ (ଏସି)ବସ୍‌ ଓ ମେଟ୍ରୋ ଆଦି ଟ୍ରେନ୍‌ରେ ଯାତ୍ରା କରିବା ଆପଣଙ୍କ ପାଇଁ ମହଙ୍ଗା ପଡ଼ିପାରେ ।

କରୋନା ଭାଇରସ୍‌ ବିଶେଷ କରି ଥଣ୍ଡା ସ୍ଥାନ ବା ଏସି ବସ୍‌ ବା ଟ୍ରେନ୍‌ରେ ୩୦ ମିନିଟ୍‌ ପର୍ଯ୍ୟନ୍ତ ବଞ୍ଚି ରହିପାରିବ । ଏହା ଥଣ୍ଡା ସ୍ଥାନରେ ୪.୫ ମିଟର ଦୂର ପର୍ଯ୍ୟନ୍ତ ସଂକ୍ରମିତ ହୋଇପାରିବ । ତେଣୁ ଶୀତତାପ ଟ୍ରେନ୍‌ ବା ବସ୍‌ରେ ଯାତ୍ରା କରିବା ବିପଦପୂର୍ଣ୍ଣ ବୋଲି ଏହି ଗବେଷଣାରୁ ଜଣାପଡ଼ିଛି ।

ଚାଇନିଜ୍‌ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ର ଗବେଷକମାନେ ଏସି ବସ୍‌ରେ ଆସୁଥିବା ୧୫ ଜଣଙ୍କ ଉପରେ ଗବେଷଣା କରିଥିଲେ । ଦେଖିବାକୁ ପାଇଥିଲେ ଯେ ସେଥିରେ ଆସୁଥିବା ଜଣେ କରୋନା ରୋଗୀଙ୍କ ପାଖରୁ ୧୫ ଜଣ ସଂକ୍ରମିତ ହୋଇଥିଲେ ଯେଉଁମାନେ ମାକ୍ସ ପିନ୍ଧି ନଥିଲେ ।

CORANA BUS-1ମାତ୍ର ସମାନ ପରିସ୍ଥତିରେ ସାଧାରଣ ବସ୍‌ରେ କରୋନା ରୋଗୀ ସହ ଯାତ୍ରା କରିଥିବା ଲୋକଙ୍କ ମଧ୍ୟରୁ ମାତ୍ର ୨ଜଣ ସଂକ୍ରମିତ ହୋଇଥିଲେ ।
ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ଏସି ବସ୍‌ରୁ କିଛି ଲୋକ ଓହ୍ଲାଇ ୨୦ ଓ ୩୦ ମିନିଟ୍‌ ପରେ ଅନ୍ୟ ଏକ ବସ୍‌କୁ ଚଢ଼ିଥିଲେ । ହେଲେ ଥଣ୍ଡା ଯୋଗୁ ସେମାନଙ୍କ ଦେହରେ ଭାଇରସ୍‌ ନ ମରି ଜୀବିତ ରହିଥିଲେ ।

ଏ ପର୍ଯ୍ୟନ୍ତ କରୋନା ପବନରେ ସଂକ୍ରମଣ ହେବା ନେଇ ଗବେଷକଙ୍କ ମନରେ ଯେଉଁ ସନ୍ଦେହ ଥିଲା ତାହା ଦୁର ହୋଇଛି । ଏବେ ଚୀନ୍‌ ସରକାର, ଯାତ୍ରୀ ପରିବହନ ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ରିପୋର୍ଟ ଚୀନ୍‌ ନେଶନାଲ୍‌ ହେଲ୍ଥ କମିଶନ ଜର୍ଣ୍ଣାଲରେ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.