କରୋନା ଭୟରେ ଥରହର ଇଟାଲୀ, କଏଦୀଙ୍କୁ ସମ୍ପର୍କୀୟଙ୍କ ଭେଟିବା ବ୍ୟାନ ପରେ ଜେଲରେ ଆନ୍ଦୋଳନ, ୬ କଏଦୀ ମୃତ

ଇଟାଲୀ: ଚିନ୍ ପରେ ଇଟାଲୀରେ କାୟା ବିସ୍ତାର କରିଚାଲିଛି କରୋନା। ଗୋଟିଏ ଦିନରେ ଇଟାଲୀରେ ୧୩୩ ଜଣଙ୍କ ମୁଣ୍ଡ ନେଲାଣୀ ଏହି ପ୍ରାଣଘାତି ଭାଇରସ।  ଏଥିପାଇଁ ଇଟାଲୀରେ ଯାତାୟତ କରିବା ଉପରେ ପ୍ରତିବନ୍ଧକ ଲଗାଯାଇସାରିଛି। ଏହି ମଧ୍ୟରେ ଇଟାଲୀରେ ଆଉ  ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ଆଉ ତାହା ହେଉଛି ଇଟାଲୀର ମଡେନା ଜେଲରେ କଏଦୀଙ୍କ ଦଙ୍ଗା କରାଣରୁ ୬ ଲୋକଙ୍କ ମୃତ ହୋଇଛି। ଏହି ମୃତ୍ୟୁର କାରଣ ଖୋଦ କଏଦୀମାନେ ବୋଲି ସେଠାକାର ଏକ ଗଣମାଧ୍ୟମରୁ ଜଣା ପଡିଛି। ମେଟ୍ରୋ ୟୁକେ ନାମକ ଏକ ଖବର କାଗଜରେ ପ୍ରକଶିତ ତଥ୍ୟ ଅନୁସାରେ କରୋନା ଭାଇରସ ବ୍ୟାପୁଥିବା କାରଣରୁ କଏଦୀ ମାନଙ୍କୁ ସେମାନଙ୍କ ସମ୍ପର୍କୀୟଙ୍କ ଦେଖା କରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଯହାକୁ ପ୍ରତିବାଦ କରି କଏଦୀ ମାନେ ଆନ୍ଦୋଳନୁ ବାହାରି ଥିଲେ। ଜେଲ ଭିତରେ  ଥିବା ବିଭିନ୍ନ ଆସବାବପତ୍ରକୁ ଫିଙ୍ଗା ଫୋପଡା କରି ସ୍ଥାନେ ସ୍ଥାନେ ନିଆଁ ଲଗାଇ ଦେଇଥିଲେ। ଏହି ଦଙ୍ଗା ପାଖାପାଖି ୨୪ ଘଣ୍ଟା ବଳବତ୍ତର ରହିଥିଲା। ଯେଉଁ କାରଣରୁ ୬ କଏଦୀଙ୍କ ଏହି ଦଙ୍ଗାରେ ମୃତ୍ୟୁ ହୋଇଛି। ଖବର କାଗଜ ମୁତାବକ ପାଖାପାଖି ୫୦୦ କଏଦୀ ଏମିତି ଦଙ୍ଗା କରି ଫେରାର ହେବା ପାଇଁ ଚକ୍ରାନ୍ତ ରଚିଥିଲେ । ଯାହା ଫଳରେ ଜେଲ ଭିତରେ ଏମିତି ହିଂସା ପରିସ୍ଥିତି ସୃଷ୍ଟି କରିଥିଲେ।

PRIOSONER ଇଟାଲୀର ଖବର କାଗଜ ଲା-ରିପବ୍ଲିକ ଅନୁସାରେ କେବଳ ମେଡିନା ଜେଲରେ ନୁହେଁ ବରଂ ନେପଲ୍ସ ପେଜିଓରିୟାଲ ଜେଲ, ଫ୍ରେସିନେନ ଓ ଏଲୋକ୍ଜିଂଡ୍ରିୟା  ଜେଲରେ ମଧ୍ୟ ଦଙ୍ଗା ହୋଇଥିଲା । କିନ୍ତୁ ସେଠାକର ସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା।  ଏହି ୬ କଏଦୀଙ୍କ ମୃତ କେଉଁ କାରଣରୁ ହୋଇଛି ତାହା ସ୍ପଷ୍ଟ  ହୋଇପରିନାହିଁ। ସେପଟେ ଜେଲ ପ୍ରଶାସନ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ କଏଦୀମାନେ ଗେଟଠାରୁ ଦୁରରେ ରହିବା ଓ ନିଜ ସେଲ ଭିତରକୁ ଯିବା ପାଇଁ  ଆଦେଶ ଦିଆଯିବା ପରେ ମଧ୍ୟ ସେମାନେ ନିର୍ଦ୍ଦେଶକୁ ପାଳନ କରିନଥିଲେ ବରଂ ଅଧିକ ଭଙ୍ଗାରୁଜା କରିଥିଲେ। ଯେଉଁଥିପାଇଁ ଜେଲ ପ୍ରଶାସନକୁ କଠୋର ପଦକ୍ଷେପ ନେବାକୁ ପଡିଥିଲା। କଏଦୀମାନେ ଏହି ଆନ୍ଦୋଳନରେ ଜେଲର ଛାତ ଉପରେ ଚଢିଯାଇଥିଲେ ଓ ଓହ୍ଲାଇବାର ନାଁ ଧରୁନଥିଲେ।  ଏହି ସଂଘର୍ଷ ମଧ୍ୟରେ ଅନେକ ପୋଲିସ କର୍ମୀ ଆହାତ ହୋଇଥିବାର ବିଜ୍ଞପ୍ତିରେ  ପ୍ରକାଶ  କରାଯାଇଛି।  

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.