Below header

ଦୁର୍ଗା ପୂଜା ମଧ୍ୟରେ ବଢ଼ୁଛି କରୋନା ସଂକ୍ରମଣ, ରାଜଧାନୀରେ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ୪୦୦୦ ନୂଆ ମାମଲା

ଚଳିତ ପାର୍ବଣ ଋତୁକୁ ଫିକା କରି ଦେଇଛି କରୋନା ମହାମାରୀ। କରୋନା ସଂକ୍ରମଣର ଭୟ ଥିବାରୁ ଏବର୍ଷ ଆଉ ପୂର୍ବ ବର୍ଷ ଭଳି ପୂଜାର ମଜା ଉଠାଇପାରୁନାହାନ୍ତି ଶ୍ରଦ୍ଧାଳୁ। ଭକ୍ତମାନେ ଏଥରକ ଘରେ ରହି ମା’ଙ୍କୁ ଆରାଧନା କରୁଛନ୍ତି। ତେବେ ରାଜଧାନୀ ନୂଆଦିଲ୍ଲୀରେ ଶୁକ୍ରବାର କରୋନା ଭାଇରସ୍‌ ସଂକ୍ରମଣର ୪,୦୮୬ ନୂଆ ମାମଲା ସାମ୍ନାକୁ ଆସିଛି। ଏହି ସଂଖ୍ୟା ଗତ ୩୪ ଦିନରେ ସାମ୍ନାକୁ ଆସିଥିବା ସଂକ୍ରମଣ ମାମଲାରେ ସବୁଠୁ ଅଧିକ। ସଂକ୍ରମଣ ବଢ଼ିବା ପରେ ପୁଣିଥରେ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ିଛି।

ଦିଲ୍ଲୀ ସରକାରଙ୍କ ତରଫରୁ ଜାରି କରାଯାଇଥିବା ବୁଲେଟିନ୍‌ ଅନୁସାରେ କୋଭିଡ୍‌-୧୯ରେ ଆଉ ୨୬ ରୋଗୀଙ୍କ ମୃତ୍ୟୁ ହୋଇଛି। ଏହା ପରେ ମୃତକଙ୍କ ସଂଖ୍ୟା ବଢ଼ି ୬,୧୮୯ ହୋଇଛି। ଦିଲ୍ଲୀରେ ଏବେ ୨୬,୦୦୧ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି। ରିପୋର୍ଟ ମୁତାବକ ନୂଆ ମାମଲା ସାମ୍ନାକୁ ଆସିବା ପରେ ସଂକ୍ରମଣ ମାମଲା ମୋଟ ୩,୪୮,୪୦୪ରେ ପହଞ୍ଚିଛି।

coronavirus

ଅନ୍ୟପଟେ ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲଙ୍କ ଅନୁସାରେ ପାର୍ବଣ ଋତୁରେ କରୋନା-୧୯ରୁ ବର୍ତ୍ତିବା ପାଇଁ କେତେକ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଜଳ କହିଛନ୍ତି ଏହି ପାର୍ବଣ ଋତୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମହାମାରୀରୁ ବର୍ତ୍ତିବା ପାଇଁ ସମସ୍ତେ ମିଳିମିଶି କାମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.