ମାସିକ ଧର୍ମର ୫ ଦିନ ଝୋପଡ଼ିରେ କଟାନ୍ତି ଏଠାକାର ମହିଳା ଓ ଯୁବତୀ, କାହିଁ କେଉଁ କାଳରୁ ରହିଆସିଛି ଏହି ଅଜବ ପରମ୍ପରା

ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି, ଯେଉଁଠି ଅଜବ ନିୟମ, କାନୁନ ସବୁ ପ୍ରଚଳିତ। ଭାରତରେ ବି ଏଭଳି ଏକ ଗାଁ ରହିଛି ଛତିଶଗଡ଼ରେ, ଯାହାର ନାଁ ସୀତାଗାଁ। ଏଠାରେ ମହିଳା ଏବଂ ଯୁବତୀମାନଙ୍କୁ ମାସିକ ଧର୍ମ ଅବଧି ମଧ୍ୟରେ ୩ରୁ ୫ଦିନ ଏକ ଝୋପଡ଼ିରେ ରହିବାକୁ ପଡ଼ିଥାଏ। ଏହି ଝୋପଡ଼ି ଦୁର୍ଗନ୍ଧଯୁକ୍ତ ଏବଂ ବହୁତ ଅପରିଷ୍କାର ଥାଏ।

bd

ରାଜନାନ୍ଦଗାଁ ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୧୨୦ କିମି ଦୂରରେ ଥିବା ସୀତାଗାଁରେ ଅନେକ ମଜରା-ଟୋଲା ରହିଛି। ଏଠାରେ ଅଧିକାଂଶ ଆଦିବାସୀ ବର୍ଗର ଲୋକେ ରୁହନ୍ତି। ଏହି ଲୋକମାନେ ଏ ପର୍ଯ୍ୟନ୍ତ ନିଜର ପୁରୁଣା ପରମ୍ପରାକୁ ଜାବୁଡ଼ି ଧରିଛନ୍ତି। ତେବେ ମାସିକ ଧର୍ମ ସମୟରେ ପ୍ରଚଳିତ ଏହି ପରମ୍ପରା କାହିଁ କେତେ ବର୍ଷରୁ ଚାଲିଆସୁଥିବା ଏଠାକାର ମହିଳାମାନେ କୁହନ୍ତି।

ssd

ସେମାନେ ଏହି ସମୟରେ ନିଜ ଘରକୁ ଯାଆନ୍ତି ନାହିଁ। ଗ୍ରାମବାସୀ ନିଜେ ଏହି କଥାକୁ ମାନନ୍ତି ଯେ ମହିଳା ଏବଂ ଯୁବତୀମାନଙ୍କ ପାଇଁ ଝୋପଡ଼ି ଯନ୍ତ୍ରଣାଭରା ହୋଇଥାଏ। କାରଣ, ଝୋପଡ଼ିଗୁଡ଼ିକର ସଫାସୁତୁରା ପ୍ରତି କେହି ଧ୍ୟାନ ଦିଅନ୍ତି ନାହିଁ। ଏଠାରେ ରହୁଥିବା ମହିଳା ଏବଂ ଯୁବତୀଙ୍କୁ ରୋଗ ହେବାର ବି ସମ୍ଭାବନା ଥାଏ।