Below header

ଏହି ଲୋକଙ୍କ ପାଇଁ ଅଧିକ ମାରାତ୍ମକ ଓମିକ୍ରନ ଭାରିଏଣ୍ଟ, ଆପଣ ଏହି ତାଲିକାରେ ନାହାଁନ୍ତି ତ !

ନୂଆଦିଲ୍ଲୀ : କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ବିଶ୍ୱରେ ଆତଙ୍କ ସ ୃଷ୍ଟି କରିଛି । ଗବେଷକଙ୍କ କହିବା ଅନୁଯାୟୀ ଓମିକ୍ରନ ଭାରିଏଣ୍ଟ ଅନ୍ୟ ସବୁ ଭାରିଏଣ୍ଟ ଅପେକ୍ଷା ଅଧିକ ଦ୍ରୁତ ଗତିରେ ମାଡ଼ିଥାଏ । ଓମିକ୍ରନ ଭାରିଏଣ୍ଟର ସଂକ୍ରମଣ ରେଟ୍‌ ମଧ୍ୟ ଅନ୍ୟ ସବୁ ଭାରିଏଣ୍ଟ ଠାରୁ ଅଧିକ ବୋଲି ଜଣାପଡ଼ିଛି । ଡେଲ୍ଟା ଭାରିଏଣ୍ଟର ସଂକ୍ରମଣ ରେଟ ୬.୫ ପ୍ରତିଶତ ଥିବା ବେଳେ ଓମିକ୍ରନର ସଂକ୍ରମଣ ରେଟ୍‌ ଏହା ଠାରୁ ୩ ଗୁଣ ଅଧିକ ବୋଲି ଜଣାପଡ଼ିଛି ।

ଓମିକ୍ରନ ଭାରିଏଣ୍ଟ ଏହି ସବୁ ଲୋକଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଥାଏ ଯେ ଅନ୍ୟ କୌଣସି ଭାରିଏଣ୍ଟ ଏତେ ସଂକ୍ରମିତ କରିନାହିଁ । ବିଶେଷକରି ଯେଉଁ ବ୍ୟକ୍ତି ହାର୍ଟ, ହାଇ ବ୍ଲଡ ପ୍ରେସର, ଡାଇବେଟିସ ଓ ଶ୍ୱାସ ରୋଗୀ ସେମାନଙ୍କ ପାଇଁ ଓମିକ୍ରନ ଅଧିକ ମାରାତ୍ମକ ହୋଇଥାଏ । ଜାଣନ୍ତୁ କେଉଁ ବ୍ୟକ୍ତିଙ୍କୁ ଓମିକ୍ରନ ସବୁଠୁ ଅଧିକ ମାରାତ୍ମକ ।

ଏହି ଲୋକଙ୍କ ପାଇଁ ଓମିକ୍ରନ ଅଧିକ ବିପଦ

କରୋନାର ଓମିକ୍ରନ ଭାରିଏଣ୍ଟ ଟିକା ନେଇଥିବା ଲୋକଙ୍କୁ ସଂକ୍ରମିତ କରିବ କି ନାହିଁ ଏ ନେଇ ଲୋକେ ଅଧିକ ଚିନ୍ତିତ । ତେବେ କେଉଁ ଲୋକଙ୍କୁ ଓମିକ୍ରନ ସବୁଠୁ ଅଧିକ ବିପଦ, ଆସନ୍ତୁ ଜାଣିବା କ’ଣ କୁହନ୍ତି ଏକ୍ସପର୍ଟ ।

୧- ଯେଉଁମାନଙ୍କ ଫୁସଫୁସ ଦୁର୍ବଳ ଥିବ ସେମାନଙ୍କ ପାଇଁ ଓମିକ୍ରନ ବଡ଼ ବିପଦ ।

୨- ଯେଉଁ ଲୋକଙ୍କ ଇମ୍ୟୁନିଟି ଦୁର୍ବଳ ସେମାନଙ୍କ ପାଇଁ ଓମିକ୍ରନ ମାରାତ୍ମକ ।

୩- ଯଦି ଆପଣଙ୍କ ମାଂସପେଶୀ ଦୃଢ଼ ଓ ଶରୀର ସୁସ୍ଥ ତେବେ ଆପଣଙ୍କ ପାଇଁ ସଂକ୍ରମିତ ହେବା ଆଶଙ୍କା କମ୍‌ ।

୪- ଡାଇବେଟିସ ରୋଗୀଙ୍କ ପାଇଁ ଓମିକ୍ରନ ଅଧିକ ମାରାତ୍ମକ ହୋଇଥାଏ ।

୫- ଯଦି ଆପଣ ହୃଦ ରୋଗୀ ତେବେ ଏହି ଭାଇରସ ଆପଣଙ୍କ ପାଇଁ ବିପଦ ଆଣିପାରେ ।

୬- ଯଦି କାହାକୁ କ୍ୟାନସର କିମ୍ବା ଆର୍ଥରାଇଟିସ୍‌ ତେବେ ଏହି ବ୍ୟକ୍ତିଙ୍କ ପାଇଁ ଓମିକ୍ରନ ମାରାତ୍ମକ ।

୭- ବୟସ୍କ ଲୋକଙ୍କ ଇମ୍ୟୁନିଟି ଅଧିକ ଦୁର୍ବଳ ହୋଇଥାଏ । ତେଣୁ ଏହି ଲୋକଙ୍କ ପାଇଁ ଓମିକ୍ରନ ମାରାତ୍ମକ ହୋଇପାରେ ।

୮- ୫ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଏହି ଭାଇରସ ଅଧିକ ବିପଦ ଆଣିପାରେ ।

୯- ଯଦି ଆପଣ କରୋନା ଟିକା ନେଇ ନାହାଁନ୍ତି ତେବେ ଓମିକ୍ରନ ଆପଣଙ୍କ ପାଇଁ ବିପଦ ଆଣିପାରେ ।

୧୦- ଯେଉଁ ଲୋକ କରୋନା ଟିକାର ଦୁଇଟି ଡୋଜ ନେଇ ନାହାଁନ୍ତି । ସେମାନଙ୍କ ପାଇଁ ଓମିକ୍ରନ ବିପଦ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.