ସାଇବର ଲୁଟେରାଙ୍କ ଜାଲରେ ଭୁବନେଶ୍ବର: ୧୦ ମାସରେ ଲୁଟି ନେଇଛନ୍ତି ୭ କୋଟିରୁ ଅଧିକ ଟଙ୍କା

ଭୁବନେଶ୍ବର(କେନ୍ୟୁଜ୍): ସାଇବର ଲୁଟେରାଙ୍କ ଦୌରାତ୍ମ୍ୟ କମୁନି। ଚଳିତବର୍ଷ ଫେବୃଆରୀ ୧ତାରିଖରୁ ଡିସେମ୍ବର ୧୫ ତାରିଖ ମଧ୍ୟରେ ସାଇବର ଲୁଟେରା ଭୁବନେଶ୍ୱରରୁ ଲୁଟିଛନ୍ତି ୬କୋଟି ୭୯ଲକ୍ଷ ୮୫ ହଜାର ୩୪୪ଟଙ୍କା। ଏଥିରୁ ୧କୋଟି ୪୮ଲକ୍ଷ ୧୧ହଜାର ୮୭୦ ଟଙ୍କାକୁ ଫେରାଇ ଆଣିବାରେ ସଫଳ ହୋଇଛି ପୋଲିସ। ସମୁଦାୟ ମ୯୧ଲକ୍ଷ ୪୦ହଜାର ୫୩୦ ଟଙ୍କାକୁ ଫେରାଇ ଅଣାଯାଇଥିବା ବେଳେ ୫୬ଲକ୍ଷ ୭୧ହଜାର ୩୪୦ ଟଙ୍କାକୁ ଅଚଳ କରି ଦିଆଯାଇଛି। ଏନେଇ ଭୁବନେଶ୍ୱର ସାଇବର ସେଲରେ ୬୭ଟି ମାମଲା ରୁଜୁ ହୋଇଥିବା ବେଳେ ୧୩ଜଣଙ୍କୁ ଗିରଫ କରାଯାଇଛି। ଏହି ସମୟ ମଧ୍ୟରେ ସାଇବର ସେଲକୁ ୬ହଜାର ୪୯୫ଟି କଲ ଆସିଛି।

କେବଳ ଭୁବନେଶ୍ୱରରୁ ୨ହଜାର ୮୭୨ କଲ୍‌ ଆସିଥିବା ବେଳେ ରାଜ୍ୟର ଅନ୍ୟ ଭାଗରୁ ୩ହଜାର ୩୭୮ଟି କଲ୍‌ ଆସିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। ଗୁଗଲ ମ୍ୟାପରୁ ସାଇବର ଠକଙ୍କ ଲୋକେସନ ଟ୍ରାକ୍‌ କରୁଛି କମିସନରେଟ ପୋଲିସ। ଅଧିକାଂଶ ଫ୍ରଡ୍‌ କଲ୍‌ ପଞ୍ଜାବ, ରାଜସ୍ଥାନ, ଗୁଡଗାଁଓ ଏବଂ ବେଙ୍ଗାଳୁରୁରୁ ଆସିଛି। ସେହିଭଳି ଭୁବନେଶ୍ୱରରେ ଜମତରା ଗ୍ୟାଙ୍ଗ ସକ୍ରିୟ ରହିଥିବା କହିଛନ୍ତି ଡିସିପି। ଏହା ସହ କୌଣସି ଆପ୍ଲିକେସନ ଡାଉନଲୋଡ ପାଇଁ ମେସେଜ ଆସିଲେ ଏହାକୁ ଡାଉନ୍‌ଲୋଡ ନକରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.