ରଗ୍‌ବୀ ଇଣ୍ଡିଆ ସଭାପତି ଭାବେ ନିର୍ବାଚିତ ହେଲେ ରାହୁଲ ବୋଷ, ଶୁଭେଚ୍ଛା ଜଣାଇଲେ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ଭାରତୀୟ ରଗ୍‌ବୀ ଫୁଟବଲ୍‌ ସଂଘ, ରଗ୍‌ବୀ ଇଣ୍ଡିଆ ସଭାପତି ଭାବେ ରାହୁଲ ବୋଷ ନିର୍ବାଚିତ ହୋଇଛନ୍ତି । ଶନିବାର ଭୁବନେଶ୍ୱରଠାରେ ଏଥିପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ରଗବୀ ସଂଘର ସଭାପତି ପ୍ରିୟଦର୍ଶୀ ମିଶ୍ର ଓ ସମ୍ପାଦକ ଉପେନ୍ଦ୍ର ମହାନ୍ତି ଯଥାକ୍ରମେ ପ୍ରପୋଜର ଓ ସେକେଣ୍ଡର ଭାବେ ରାହୁଲଙ୍କୁ ସମର୍ଥନ କରିଥିଲେ। ସଂଘର ସମ୍ପାଦକ ଭାବେ ଜରାଲ୍‌ଡ ପ୍ରଭୁ ଓ ସେନ୍ଥିଲ ତ୍ୟାଗରାଜନ୍‌ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରତି ୪ ବର୍ଷରେ ଥରେ ରଗ୍‌ବୀ ଇଣ୍ଡିଆର ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ଏହି କ୍ରମରେ ୨୦୨୧ ରଗ୍‌ବୀ ଇଣ୍ଡିଆର ନିର୍ବାଚନ ପାଇଁ ସବୁ ରାଜ୍ୟରୁ କର୍ମକର୍ତ୍ତାମାନେ କିଟ୍‌ରେ ପହଞ୍ଚିଥିଲେ ।

ଏହି ଅବସରରେ ୧୭ ତାରିଖରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ଭାରତୀୟ ଭଲିବଲ୍‌ ସଂଘର ସଭାପତି ଡ. ଅଚ୍ୟୁତ ସାମନ୍ତ ସମସ୍ତ କର୍ମକର୍ତ୍ତାଙ୍କୁ ସାନ୍ଧ୍ୟ ଭୋଜନରେ ଆପ୍ୟାୟିତ କରିଥିଲେ। ରଗ୍‌ବୀର ବିକାଶ ସହ ୨୦୨୪ ଅଲିମ୍ପିକ୍ସରେ କିଭଳି ରଗ୍‌ବୀ ସ୍ଥାନ ପାଇ ପାରିବ ସେ ନେଇ ପରାମର୍ଶ ଦେଇଥିଲେ । କ୍ରୀଡ଼ାକୁ ବ୍ୟାପକ ମାତ୍ରାରେ ପ୍ରୋତ୍ସାହନ ଯୋଗାଉଥିବା କିଟ୍‌ ଓ କିସ୍‌ ବିଷୟରେ ଜାଣି ବିଭିନ୍ନ ରାଜ୍ୟରୁ ଆସିଥିବା ରଗ୍‌ବୀ କର୍ମକର୍ତ୍ତମାନେ ବେଶ ପ୍ରଶଂସା କରିଥିଲେ । ବିଶେଷ କରି ଡ. ସାମନ୍ତ ଏବଂ କିଟ୍‌ ଓ କିସ୍‌ ଭାରତୀୟ ରଗ୍‌ବୀକୁ ବିଶ୍ୱସ୍ତରରେ ପହଞ୍ଚାଇବା ନେଇ ଯେଉଁ ପ୍ରୟାସ ଜାରି ରଖିଛନ୍ତି ସେଥିପାଇଁ ରଗ୍‌ବୀ ଇଣ୍ଡିଆର ବରିଷ୍ଠ ସଦସ୍ୟ ପ୍ରମୋଦ ଖାନ୍ନା, ଏସିଆନ୍‌ ରଗ୍‌ବୀର ପ୍ରାକ୍ତନ ସଭାପତି ଆଗା ହୁସେନ୍‌ ପ୍ରମୁଖ ଧନ୍ୟବାଦ ଜଣାଇଥିଲେ। ଏଥିପାଇଁ କିଟ୍‌, କିସ୍‌ ଓ ଡ. ସାମନ୍ତଙ୍କ ପ୍ରୟାସକୁ ସେମାନେ ପ୍ରଶଂସା କରିଥିଲେ।

ରଗ୍‌ବୀ ଇଣ୍ଡିଆର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଡ. ସାମନ୍ତ ଶୁଭେଚ୍ଛା ଜଣାଇବା ସହ ରଗ୍‌ବୀକୁ ଆହୁରି ଲୋକପ୍ରିୟ କରାଇବା ଦିଗରେ ପ୍ରୟାସ କରିବାକୁ ଦେଇଥିଲେ ପରାମର୍ଶ । ଆଗାମୀ ଦିନରେ ରଗ୍‌ବୀ ଯେଭଳି ଅଲିମ୍ପିକ୍‌ସରେ ସାମିଲ ହୋଇ ପାରିବ ସେ ନେଇ ଉଦ୍ୟମ ଜାରି ରହିବ ବୋଲି ଡ. ସାମନ୍ତ କହିଥିଲେ। ୨୦୦୪ରୁ ରଗ୍‌ବୀକୁ କିଟ୍‌ ଓ କିସ୍‌ ପକ୍ଷରୁ ପ୍ରୋତ୍ସାହନ ଯୋଗାଇ ଦିଆଯାଇଆସୁଛି। ରଗ୍‌ବୀର ପ୍ରସାର ଓ ପ୍ରଚାର ଦିଗରେ କିଟ୍‌ ଓ କିସ୍‌ ପ୍ରୟାସ ଜାରି ରଖିଛି ବୋଲି ଡ. ସାମନ୍ତ କହିଥିଲେ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.