Below header

ନର୍ସଙ୍କୁ ପିଟିବା ସହ ମୁହଁକୁ ଦାନ୍ତରେ କାମୁଡ଼ି ଖିନଭିନ କରିଦେଲା କରୋନା ଆକ୍ରାନ୍ତ, ଭାଇରାଲ ହେଉଛି ଭିଡିଓ

କରୋନା ସଂକ୍ରମିତ ଜଣେ ରୋଗୀଙ୍କୁ ଚିକିତ୍ସା କରୁଥିବା ନର୍ସକୁ ମରଣାନ୍ତକ ଆକ୍ରମଣ କରିଛି ଉକ୍ତ ବ୍ୟକ୍ତି। ନର୍ସକୁ ଧକ୍କା ଦେଇ ତଳେ ଫୋପାଡ଼ିଦେବା ପରେ ତାଙ୍କ ମୁହଁକୁ ଦାନ୍ତରେ କାମୁଡ଼ି ପକାଇଛି। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି। ମେଡିକାଲ ଭିତରେ ଏହି ନାରକୀୟ କାଣ୍ଡ ଘଟିଥିବାରୁ ଏବେ ନର୍ସମାନେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବାକୁ ଭୟ କରୁଥିବା ଦେଖିବାକୁ ମିଳିଛି।

Number of UK cases of coronavirus jumps to 85 after 34 new cases ...

ରିପୋର୍ଟ ମୁତାବକ ୪୭ ବର୍ଷୀୟ ଏହି କରୋନା ସଂକ୍ରମିତ ଯୁବକ Guangzhou Eighth People’s ହସ୍ପିଟାଲରେ ମାର୍ଚ୍ଚ ୨୩ ତାରିଖରୁ କ୍ୱାରେଣ୍ଟାଇନରେ ରହିଥିଲା। ମାତ୍ର ସେ ସେଠାରୁ ଲୁଚିକି ଯିବାକୁ ଚାହୁଁଥିଲା। ଏହା ଦେଖିବା ପରେ ସେଠାକାର ଜଣେ ନର୍ସ ୱାଙ୍ଗ ହୋଙ୍ଗ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ରୋଗୀ ଜଣଙ୍କ ନର୍ସଙ୍କୁ ତଳେ ପକାଇ ତାଙ୍କ ମୁହଁକୁ କାମୁଡ଼ି ଖଣ୍ଡିଆ ଖାବରା କରିଦେଇଥିଲା।

ଏହି ଘଟଣାର ଭିଡିଓ ଚୀନର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ନର୍ସ ଜଣଙ୍କ କାନ୍ଦୁଥିବା ଦେଖିବାକୁ ମିଳିଛି। ତାଙ୍କ ମୁହଁର ଅବସ୍ଥା ଖରାପ ହେଇଯାଇଛି। ପୋଲିସ ସୂଚନା ମୁତାବକ ଉକ୍ତ କରୋନା ରୋଗୀକୁ ଗିରଫ କରାଯାଇଛି। ତାଙ୍କ ନାଁ ପାଟରିକ ଓ ଘର ନାଇଜେରିଆ ବୋଲି ଜଣାପଡ଼ିଛି। ଏବେ ସେ ଆଇସୋଲେସନରେ ଅଛନ୍ତି।

corona

ସୂଚନାଯୋଗ୍ୟ ଯେ ଚୀନରେ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣର ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଜଣେ ରୋଗୀଙ୍କୁ ମାସ୍କ ପିନ୍ଧିବାକୁ କୁହାଯିବାରୁ ସେ ନର୍ସଙ୍କୁ ଆକ୍ରମଣ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.