୯ଟାରେ ଦୀପ ନ ଜାଳି ବାଣ ଫୁଟାଇଲେ ଲୋକେ, ବିରକ୍ତ ହୋଇ ଗୌତମ ଗମ୍ଭୀର କହିଲେ ଏଭଳି କଥା

ପ୍ରଧାନମନ୍ତ୍ରୀଙ୍କ “୯ ଟାରେ ୯ ମିନିଟ” ଆହ୍ୱାନକୁ ପାଳନ କରିବା ଅବସରରେ ରବିବାର ରାତିରେ ଲୋକମାନେ ନିଜ ଘରେ ଦୀପ ଜଳାଇଥିବା ଦେଖିବାକୁ ମିଳିଥିଲା। କିଛି ଲୋକ ଦୀପ ଜାଳୁଥିବା ବେଳର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିବା ବେଳେ ଆଉ କିଛି ବାଣ ଫୁଟାଉଥିବା ଦେଖାଯାଇଥିଲା। ସେମାନଙ୍କୁ ନେଇ ଖୁବ ଆଲୋଚନା ମଧ୍ୟ ହୋଇଥିଲା। ଲୋକମାନଙ୍କ ଏଭଳି ମୂର୍ଖାମୀ ଦେଖି ପୂର୍ବତନ କ୍ରିକେଟର ତଥା ବିଜେପି ନେତା ଗୌତମ ଗମ୍ଭୀର ବିରକ୍ତ ହେବା ସହ କରୋନା ଯୁଦ୍ଧ ବେଳେ ଏଭଳି କାମ ଠିକ ନୁହେଁ ବୋଲି କହିଛନ୍ତି।


ଗୌତମ ଗମ୍ଭୀର ଟ୍ୱିଟ କରି ଲେଖିଛନ୍ତି ଯେ ଭାରତ… ଘରେ ରୁହନ୍ତୁ! ଆମେ ଏବେ ଯୁଦ୍ଧ ମଝିରେ ଅଛୁ। ଏହା ବାଣ ଫୁଟାଇବା ସମୟ ନୁହେଁ। ସୋସିଆଲ ମିଡିଆରେ ବାଣ ଫୁଟାଇ ଫଟୋ ଓ ଭିଡିଓ ସେୟାର କରିଥିବା ଲୋକଙ୍କୁ ସେ କହିଛନ୍ତି ଯେ କରୋନା ଭାଇରସକୁ ଆଗମନକୁ ନେଇ ଖୁସି ମନାଉଛନ୍ତି ଦେଶବାସୀ। ବହୁତ ଭଲ।

Callous individual': Gautam Gambhir after Mehbooba blocks him on ...

କେବଳ ଗମ୍ଭୀର ନୁହେଁ ଦିବ୍ୟାଙ୍ଗଙ୍କ ଅଧିକାର ପାଇଁ ଲଢ଼ୁଥିବା ନିପୁଣ ମାଲହୋତ୍ରା ମଧ୍ୟ ଲୋକଙ୍କ ବାଣ ଫୁଟାଇବାକୁ ନେଇ ଅସନ୍ତୋଷବ୍ୟକ୍ତ କରିବା ସହ କହିଛନ୍ତି ଯେ ଏହା କୌଣସି ଖୁସିର ମୁହୂର୍ତ୍ତ ନୁହେଁ। ଦୀପ ଜଳାନ୍ତୁ, ଏକଜୁଟ ହୁଅନ୍ତୁ। କିନ୍ତୁ ବାଣ! ସତରେ କଣ ଏହା କୌଣସି ପାର୍ଟି? କରୋନା ସହ ଲଢ଼ିବାକୁ ସମଗ୍ର ରାଷ୍ଟ୍ରକୁ ଏକାଠି ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.