ଦେଶର ଝିଅ ପ୍ରିୟଙ୍କା ଚୋପ୍ରା ବିଦେଶରେ ଥାଇବି ସାହାଯ୍ୟ କରିଥିବାରୁ ଭାବୁକ ହେଲେ ମୋଦି, ଏମିତି ଜଣାଇଲେ ଧନ୍ୟବାଦ

ଏବେ ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରିରହିଛି। ଭାରତ ମଧ୍ୟ ଏଥିରୁ ବାଦ ପଡ଼ିନି। କରୋନା ମୁକାବିଲା କରିବା ପାଇଁ ବିଭିନ୍ନ ଫିଲ୍ମ ଷ୍ଟାରଙ୍କ ଠାରୁ ଆରମ୍ଭ କରି କ୍ରିକେଟ ତାରକାଙ୍କ ପର୍ଯ୍ୟନ୍ତ ନିଜ ସାମର୍ଥ୍ୟ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ କିଛି କିଛି ଅର୍ଥ ଦାନ କରୁଛନ୍ତି। ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଦେଶରେ ରହି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ଅର୍ଥ ଡୋନେଟ କରିଛନ୍ତି।

ପ୍ରିୟଙ୍କା ଚୋପ୍ରା ପ୍ରଧାନମନ୍ତ୍ରୀ ପାଣ୍ଠିକୁ ଟଙ୍କା ଦାନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରିୟଙ୍କାଙ୍କ ମଧ୍ୟରେ ଟ୍ୱିଟରରେ କଥାବାର୍ତ୍ତା ହୋଇଥିଲା, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରିୟଙ୍କା ଟଙ୍କା ଦେବା ପରେ ମୋଦି ତାଙ୍କୁ ଟ୍ୱିଟ କରି ଧନ୍ୟବାଦ ଜଣାଇଥିଲେ।

ମୋଦି ଟ୍ୱିଟ କରି ଲେଖିଥିଲେ ଯେ ସେ କୌଣସି ବ୍ୟକ୍ତି ହୁଅନ୍ତୁ ବା ସଂସ୍ଥା, ପ୍ରଫେସନାଲ ହୁଅନ୍ତୁ କିମ୍ବା ସାଧାରଣ ବ୍ୟକ୍ତି, ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ଭାରତ ପାଇଁ ଏକାଠି ହୋଇଛନ୍ତି। ପିଏମ୍ ଫଣ୍ଡରେ ଯୋଗଦାନ କରିଥିବାରୁ ପ୍ରିୟଙ୍କା ଚୋପ୍ରା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ମୋଦିଙ୍କ ଏହି ଟ୍ୱିଟର ଜବାବରେ ପ୍ରିୟଙ୍କା ମଧ୍ୟ ଧନ୍ୟବାଦ ଜଣାଇଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.