Below header

ଏଠି ବି କରୋନା ଭୟ ! ସାମାଜିକ ଦୂରତା ରକ୍ଷା କରି ପତିଙ୍କୁ ଖାଦ୍ୟ ପରଷୁଛନ୍ତି ପତ୍ନୀ

ବଲିଉଡ ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ଅଧିକାଂଶ ସମୟରେ ନିଜ ଫଟୋ ଓ ଭିଡିଓକୁ ନେଇ ବିଭିନ୍ନ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରୁହନ୍ତି । ଏହି ନିକଟରେ ହିଁ ରାକ୍ଷୀ ନିଜ ଇଂସ୍ଟଗ୍ରାମ ଆକାଉଣ୍ଟରେ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି । ଭିଡିଓ ଟିରେ କରୋନା ସଂକ୍ରମଣ ଭୟରେ ପତ୍ନୀ ଜଣକ ଯଥେଷ୍ଟ ସାମାଜିକ ଦୂରତା ରକ୍ଷା କରି ନିଜ ପତିଙ୍କୁ ଖାଦ୍ୟ ପରଶୁ ଥିବା ନଜର ଆସିଛି । ଏମିତିକି ପତ୍ନୀ ଜଣଙ୍କ ଦୁଇ ଫୁଟ ଦୂରତାରୁ ନିଜ ସ୍ୱାମୀଙ୍କୁ ଖାଦ୍ୟ ପରଷୁଛନ୍ତି ।

 

View this post on Instagram

 

A post shared by Rakhi Sawant (@rakhisawant2511) on

 

ଖାଲି ସେତିକି ନୁହେଁ ଖାଦ୍ୟ ଖାଇବା ପାଇଁ ପତି ଏକ ଗୋଲାକାର ରେଖା ଭିତରେ ବସିଛନ୍ତି । ଆଉ ତାଙ୍କ ସ୍ତ୍ରୀ ଗୋଲାକାର ପରିଧି ବାହାରେ ଛିଡା ହୋଇ ଚାମଚରେ ଏକ ବଡ଼ ବାଡ଼ି ବାନ୍ଧି ଯଥେଷ୍ଟ ଦୂରତାରୁ ସ୍ୱାମୀଙ୍କୁ ଖାଦ୍ୟ ବାଢୁଛନ୍ତି । କରୋନା ସମୟର ଏହି ଭିଡିଓ ଏକ ମଜାଦାର ଅନ୍ଦାଜରେ ”ସୋସିଆଲ ଡିଷ୍ଟାନସିଙ୍ଗ”ର ସନ୍ଦେଶ ଦେଉଛି । ଏଭିତରେ ଭିଡିଓ ଟିକୁ ଲକ୍ଷେ ଲୋକ ପସନ୍ଦ କରି ସାରିଲେଣି ।

କହିରଖିବା ଉଚିତ ହେବକି, କରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଦେଶ ବ୍ୟାପି ଆସନ୍ତା ଏପ୍ରିଲ 14 ତାରିଖ ପର୍ଯ୍ୟନ୍ତ ଲକ ଡାଉନ ପରିସ୍ଥିତି ଘୋଷଣା କରାଯାଇଛି । ସରକାର ମଧ୍ୟ ସାମାଜିକ ଦୂରତା ରକ୍ଷା ଓ ସ୍ୱଛତା ନେଇ ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.