ମୁମ୍ବାଇ ସ୍ଥିତ ‘ୱାର୍କହାର୍ଟ’ ହସ୍ପିଟାଲର ୨୬ ଜଣ ନର୍ସ ଓ ୩ ଜଣ ଡାକ୍ତରଙ୍କ କରୋନା ରିପୋର୍ଟ ପଜିଟିଭ

କରୋନା ସଂକ୍ରମିତ ରାଜ୍ୟ ଭିତରେ ସବୁଠୁ ଆଗରେ ଅଛି ମହାରାଷ୍ଟ୍ର । ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଡାକ୍ତର ଓ ନର୍ସ ମାନଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସହରରେ ଏକ ପ୍ରକାର ଆତଙ୍କ ଖେଳିଯାଇଛି । ମାତ୍ର ଏକ ସପ୍ତାହ ଭିତରେ ମୁମ୍ବାଇ ସ୍ଥିତ ”ବୁଆର୍କ ହାର୍ଟ’ ହସ୍ପିଟାଲରେ କାର୍ଯ୍ୟରତ ଥିବା ୨୬ ଜଣ ନର୍ସ ଓ ତିନି ଜଣ ଡାକ୍ତରଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ବିଏମ୍ସି ପକ୍ଷରୁ ପୁରା ହସ୍ପିଟାଲକୁ ସିଲ କରି ଦିଆଯାଇଛି । ଏବେ ଏହି ହସ୍ପିଟାଲରେ ଏକ ଜରୁରୀ ଟିମ ବ୍ୟତୀତ ଆଉ କେହି ବି ଆସୁନାହାନ୍ତି । ହସ୍ପିଟାଲର ଜନୈକ ଅଧିକାରୀ ସ୍ପଷ୍ଟ କରିଛନ୍ତିକି, ଯେବେ ପର୍ଯ୍ୟନ୍ତ ଏମାନଙ୍କ ରିପୋର୍ଟ ନେଗେଟିଭ ଆସିନାହିଁ । ସେବେ ଯାଏଁ କାହାକୁ ବାହାରକୁ ଛଡ଼ାଯିବ ନାହିଁ କି ବାହାର ଲୋକଙ୍କୁ ଭିତରେ ପ୍ରବେଶର ଅନୁମତି ମିଳିବ ନାହିଁ ।

ଆଡିସିନାଲ ମ୍ୟୁନିସିପାଲ କମିଶିନର ସୁରେଶ କାକନିଙ୍କ କହିବା ମୁତାବକ, ଜଣେ ଏକଜିକ୍ୟୁଟିଭ ହେଲଥ ଅଫିସରଙ୍କ ଏକ କମିଟି ଗଠନ କରାଯାଇଛି । ଏହି ଦଳ ହସ୍ପିଟାଲ ଭିତରେ ଏତେ କଡାକଡି ନିୟମ ପାଳନ ସତ୍ତ୍ୱେ କିପରି ଏହି ମାରାତ୍ମକ ଭାଇରସ ହସ୍ପିଟାଲ ଭିତରକୁ ପ୍ରବେଶ କଲା ସେ ନେଇ ଯାଞ୍ଚ କରିବେ । ଏହି ମାମଲା ସାମ୍ନାକୁ ଆସିବା ପରେ ହସ୍ପିଟାଲର ପାଖାପାଖି ୨୭୦ ଜଣ କର୍ମଚାରୀ ଓ ରୋଗୀଙ୍କ ସାମ୍ପଲ ଟେଷ୍ଟ ପାଇଁ ପଠା ଯାଇଛି । କରୋନା ସଂକ୍ରମିତ ସମସ୍ତ ନର୍ସ ମାନଙ୍କୁ ଏକ ପାଖ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.