କେନ୍ଦୁପତ୍ର ଗୋଦାମରେ ଅଗ୍ନିକାଣ୍ଡ, ୫ କୋଟିରୁ ଅଧିକ ଟଙ୍କାର କେନ୍ଦୁପତ୍ର ପୋଡି ପାଉଁଶ

ମାଲକାନଗିରି (କେନ୍ୟୁଜ): କେନ୍ଦୁପତ୍ର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା କେନ୍ଦୁପତ୍ର । ମାଲକାନଗିରି ଜିଲ୍ଲା ଏମଭି-୩ ଗାଁର ଜଣେ ବ୍ୟବସାୟୀଙ୍କ ଗୋଦାମରେ ଏହି ନିଆଁ ଲାଗିଥିବା ଜଣାପଡିଛି । ପ୍ରାୟ ୫ କୋଟିରୁ ଅଧିକ ଟଙ୍କା କେନ୍ଦୁପତ୍ର ପୋଡି ପାଉଁଶ ହୋଇଯାଇଛି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଲାଗଥିବା ବେଳେ ଏଯାଏଁ ନିଆଁ ଆୟତ ହୋଇନାହିଁ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

ସେହିପରି ଗତକାଲି ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଗାଡିର ଡ୍ରାଇଭର ଓ ରୋଗୀ । କାଲି ଅପରାହ୍ନରେ ବେତଡା ପେଟ୍ରୋଲ ପମ୍ପ ନିକଟରେ ମିନିଟ୍ରକ ଏକ ମୋଟର ସାଇକେଲକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଖସି ପଳାଇ ଯାଇଥିବା ବେଳେ ମୋଟର ସାଇକେଲ ଆରୋହୀ ଗୁରୁତର ଅବସ୍ଥାରେ ପଡି ରହିଥିଲେ ।

Leave A Reply

Your email address will not be published.