ଯୌନ ଉତ୍ପୀଡ଼ନ ମାମଲାରେ ବ୍ରିଜ୍ ଭୂଷଣଙ୍କୁ ଆଶ୍ୱସ୍ତି, ନିୟମିତ ଜାମିନ୍ ପ୍ରଦାନ କଲେ ଦିଲ୍ଲୀ କୋର୍ଟ
ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶରଣ ସିଂଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଗୁରୁବାର ବ୍ରିଜ ଭୂଷଣଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି।

ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ୍ ଭୂଷଣ ଶରଣ ସିଂଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲାରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଗୁରୁବାର ବ୍ରିଜ ଭୂଷଣଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ଏଥି ପୂର୍ବରୁ କୋର୍ଟ ତାଙ୍କ ନିୟମିତ ଜାମିନ ଆବେଦନ ଉପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଥିଲେ।
ଗତ ମଙ୍ଗଳବାର ଅର୍ଥାତ୍ ଜୁଲାଇ ୧୮ରେ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲାରେ ଆଶ୍ୱସ୍ତି ମିଳିଥିଲା। ରାଉସ୍ ଆଭେନ୍ୟୁ କୋର୍ଟ ବ୍ରିଜ ଭୂଷଣ ଏବଂ ତାଙ୍କର ସହ-ଅଭିଯୁକ୍ତ ବିନୋଦ ତୋମାରଙ୍କୁ ଦୁଇ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ୨୫ ହଜାର ବ୍ୟକ୍ତିଗତ ବଣ୍ଡ୍ରେ ଜାମିନ ପ୍ରଦାନ କରାଯାଇଥିଲା।
ଏହି ସମୟରେ ବ୍ରିଜ ଭୂଷଣ କଡ଼ା ପୋଲିସ ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର ହୋଇଥିଲେ। ଜୁଲାଇ ୨୦ ଗୁରୁବାର ଅଭିଯୁକ୍ତଦ୍ୱୟଙ୍କ ନିୟମିତ ଜାମିନ ଆବେଦନ ଉପରେ ଶୁଣାଣି କରାଯାଇଛି।