ଜୋର ଧରିଲା ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି, ସ୍ୱର ସହ ସ୍ୱର ମିଶାଇଲେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି

ପୁରୀବାସୀ ତଥା ଆଖପାଖ ଅଞ୍ଚଳବାସୀଙ୍କ ପାଇଁ ଚାରିଦୁଆର ଖୋଲିବାକୁ ସେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କେଵଳ ସିଂହଦ୍ୱାର ଦେଇ ଭକ୍ତ ଯିବାରୁ ହେଉଛନ୍ତି ହଇରାଣ ହେଉଛନ୍ତି। ପ୍ରାଥମିକତା ଭିତ୍ତିରେ ଅନ୍ତତଃ ପରୀକ୍ଷାମୂଳକ ଭାବେ ପୁରୀ ସହରବାସୀ ତଥା ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲାଯାଉ।

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ପୁରୀବାସୀ ତଥା ଆଖପାଖ ଅଞ୍ଚଳବାସୀଙ୍କ ପାଇଁ ଚାରିଦୁଆର ଖୋଲିବାକୁ ସେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କେଵଳ ସିଂହଦ୍ୱାର ଦେଇ ଭକ୍ତ ଯିବାରୁ ହେଉଛନ୍ତି ହଇରାଣ ହେଉଛନ୍ତି। ପ୍ରାଥମିକତା ଭିତ୍ତିରେ ଅନ୍ତତଃ ପରୀକ୍ଷାମୂଳକ ଭାବେ ପୁରୀ ସହରବାସୀ ତଥା ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲାଯାଉ।

ମହାପ୍ରସାଦ ପାଇଁ ପ୍ରଶାସନ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉ। 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି।ଆଗରୁ ଲୋକେ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ନିକଟକୁ ଯାଇଥିଲେ। ଏବେ ପ୍ରଶାସନ ଲୋକଙ୍କ ନିକଟକୁ ଯାଉଛି। ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର। 5T ସଚିବଙ୍କ ଗସ୍ତ ଦ୍ବାରା ଲୋକଙ୍କ ଅନେକ ସମସ୍ୟା ସମାଧାନ ହୋଇପାରିଛି। ସ୍ଥାନୀୟ ଜନପ୍ରତିନିଧି ଲୋକଙ୍କ ପାଖକୁ ଯାଇ ମିଶିବା ସହ ଅନେକ ସମସ୍ୟାର ସମାଧାନ କରୁଥିଲେ ।

ସେହିପରି  ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ଜିଲ୍ଲା ଓକିଲ ସଂଘ ଦାବୀ କରିଛି। ଆଜି ବାର ଆସୋସିଏସନ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଉଛି। ସମସ୍ତ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଚାରି ଦ୍ଵାର ତୁରନ୍ତ ଖୋଲିବାକୁ ଜିଲ୍ଲା ଓକିଲ ସଂଘ ଦାବୀ କରିଛି। କେବଳ ସିଂହଦ୍ଵାର ଦେଇ ଭକ୍ତଙ୍କୁ ଛଡାଯିବା ଦ୍ବାରା ପୁରୀ ବାସିନ୍ଦାଙ୍କ ସହ ବାହାରୁ ଆସୁଥିବା ବୃଦ୍ଧ ବୃଦ୍ଧା,ଛୋଟ ପିଲା ନାହିଁ ନଥିବା ସମସ୍ୟା ଭୋଗ କରୁଛନ୍ତି ।ଚାରି ଦ୍ଵାର ନେଇ ରହିଥିବା ଲୋକଙ୍କ ଧାର୍ମିକ ଭାବନା ମଧ୍ୟ ପ୍ରଭାବିତ ହୋଇଛି। ପୂର୍ବରୁ ମଧ୍ୟ ଚାରି ଦ୍ଵାର ଖୋଲା ଥିଲା। ଜିଲ୍ଲା ଓକିଲ ସଂଘର କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ୧୦ ଜଣିଆ କମିଟି ଗଠିତ ହୋଇଛି ।ଏହି କମିଟି ଆସନ୍ତା କାଲି ଜିଲ୍ଲାପାଳଙ୍କୁ ଭେଟିବ ।ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ,ଜିଲ୍ଲାପାଳ ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାବୀପତ୍ର ଦିଆଯିବ।