Below header

ଶୀତଦିନେ ଆହୁରି ଭୟଙ୍କର ହେବ କରୋନା, ଫେବ୍ରୁଆରୀ ଶେଷରେ ମିଳିପାରେ ମୁକ୍ତି: ନୀତି ଆୟୋଗ

ଭାରତରେ କରୋନା ଭାଇରସ୍‌ ଉଗ୍ରରୂପ ଧାରଣ କରିବା ପରେ ଏବେ ଧୀରେ ଧୀରେ କମିବାରେ ଲାଗିଛି। ସରକାରଙ୍କ ତରଫରୁ ଗଠନ କରାଯାଇଥିବା ଏକ ପ୍ୟାନେଲ ଏନେଇ ସୂଚନା ଦେଇଛନ୍ତି। ପ୍ୟାନେଲର କହିବାନୁସାରେ କରୋନା ମହାମାରୀ ଫେବ୍ରୁଆରୀ, ୨୦୨୧ ଯାଏଁ ଶେଷ ହେବା ସମ୍ଭାବନା ରହିଛି। ତାଙ୍କ ଅନୁସାରେ ଭାରତରେ କରୋନାର ୧୦.୬ ମିଲିୟନ୍‌ ଅର୍ଥାତ୍‌ ୧ କୋଟି ୬ ଲକ୍ଷରୁ ଅଧିକ କେସ୍‌ ହେବ ନାହିଁ। ଏବେ ଭାରତରେ କରୋନାର ମୋଟ ୭୫ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଛି।

ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କେ.ବିଜୟରାଘବନ୍‌ ଏହି ପ୍ୟାନେଲ ଗଠନ କରିଥିଲେ। ଆଇଆଇଟି ହାଇଦ୍ରାବାଦର ପ୍ରଫେସର ଏମ୍‌ ବିଦ୍ୟାସାଗର ଏହାର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ପ୍ୟାନେଲ ମୁତାବକ ଯଦି ଭାରତରେ ମାର୍ଚ୍ଚରେ ଲକ୍‌ଡାଉନ୍‌ ଲାଗୁ କରାଯାଇନଥାନ୍ତା ତେବେ ଏବେ ଯାଏଁ ଦେଶରେ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇସାରନ୍ତାଣି। ଲକ୍‌ଡାଉନ୍‌ ଲାଗୁ ହୋଇଥିବାରୁ ଏବେ ଯାଏଁ ମାତ୍ର ୧.୧୪ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି।

covid

ଏନେଇ ନୀତି ଆୟୋଗର ସଦସ୍ୟ ଓ କୋଭିଡ୍‌ ଏକ୍ସପର୍ଟ ପ୍ୟାନେଲର ମୁଖ୍ୟ ଡା.ଭିକେ ପାଲ କହିଛନ୍ତି ଗତ ୩ ସପ୍ତାହ ମଧ୍ୟରେ ମୃତ୍ୟୁ ସଂଖ୍ୟା କମିଛି। କିନ୍ତୁ ଶୀତଋତୁରେ ଭାରତରେ କରୋନା ସଂକ୍ରମଣ ଦ୍ୱିତୀୟ ପର୍ଯ୍ୟାୟରେ ହେବାର ଆଶଙ୍କା ରହିଛି। ସେ କହିଛନ୍ତି କରୋନା ଟୀକା ଆସିବା ପରେ ଏହି ସଂକ୍ରମଣକୁ ରୋକି ହେବ। ଏଣୁ ସମସ୍ତେ ସେ ପର୍ଯ୍ୟନ୍ତ ସବୁ କୋଭିଡ୍‌ ନିୟମ ମାନିବାକୁ ସେ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.