କୁମ୍କୁମ୍ ଭାଗ୍ୟ ଫେମ୍ ‘ଇନ୍ଦୁ ଦାଦି’ ଓରଫ ଜରିନା ରୋଶନ ଖାନଙ୍କ ୫୪ବର୍ଷ ବୟସରେ ହଠାତ୍ ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। ଜରିନାଙ୍କ ମୃତ୍ୟୁରେ ତାଙ୍କ ସହ କଳାକାର ଏବଂ କୁମକୁମ୍ ଭାଗ୍ୟର କଳାକାର ସ୍ତବ୍ଧ ଅଛନ୍ତି। ସମସ୍ତେ ଜରିନାଙ୍କ ସହ ପୁରୁଣା ଦିନକୁ ମନେ ପକାଇ ଶୋକ ପ୍ରକାଶ କରିଛନ୍ତି।
ଟିଭି ଅଭିନେତ୍ରୀ ଶୃତି ଝା ଜରିନାଙ୍କ ସହ ଏକ ଫଟୋ ଏବଂ ଜରିନା ଡ୍ୟାନ୍ସ କରୁଥିବା ବେଳର ଏକ ଭିଡିଓ ସେୟାର କରିଛନ୍ତି। ସେ ବ୍ରୋକନ ହାର୍ଟ ଇମୋଜୀ ଦେଇ ନିଜ ଦୁଃଖ ପ୍ରକାଶ କରିଛନ୍ତି। ଜରିନାଙ୍କ ତାଙ୍କ କୋ-ଷ୍ଟାର୍ସଙ୍କ ସହ ଭଲ ବଣ୍ଡିଂ ଥିଲା। ଜରିନା କୁମକୁମ୍ ଭାଗ୍ୟ ବ୍ୟତୀତ ‘ୟେ ରିସ୍ତା କ୍ୟା କେହଲାତା’ରେ ମଧ୍ୟ କାମ କରିଛନ୍ତି। କୁମକୁମ୍ ଭାଗ୍ୟରେ ଇନ୍ଦୁ ଦାଦିଙ୍କ ଭୂମିକାରେ ସେ ଘରେ ଘରେ ପ୍ରସିଦ୍ଧ ହୋଇଯାଇଥିଲେ।